ମେ ୩୧ରେ ୪୪,୫୯୩ ଯାତ୍ରୀଙ୍କ ସହ ୫୦୧ଟି ଘରୋଇ ବିମାନ ଚଳାଚଳ କରିଛି : ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ: ମେ ୩୧ରେ ଦେଶରେ ୪୪,୫୯୩ ଯାତ୍ରୀଙ୍କ ସହ ୫୦୧ଟି ଘରୋଇ ବିମାନ ଚଳାଚଳ କରିଛି | ଏ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ହୋଇଥିବା ଲକ୍ଡାଉନ୍ ପାଇଁ ଭାରତରେ ଘରୋଇ ବିମାନ ସେବା ସ୍ଥଗିତ ରହିଥିଲା | ଦୁଇମାସ ବ୍ୟବଧାନ ପରେ ମେ ୨୫ରେ ଘରୋଇ ବିମାନ ସେବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର।

ତେବେ ବିମାନ ସେବା ଆରମ୍ଭ ହେବାଠାରୁ(ମାର୍ଚ୍ଚ ୨୫) ମେ ୩୧ ମଧ୍ୟରେ ମୋଟ ୩,୩୭୦ଟି ବିମାନ ଚଳାଚଳ କରିଛି | ମେ ୨୫ରେ ୪୨୮ଟି ବିମାନ ଚଳାଚଳ କରିଥିବା ବେଳେ, ମେ ୨୬ରେ ୪୪୫ଟି, ମେ ୨୭ରେ ୪୬୦ଟି, ମେ ୨୮ରେ ୪୯୪ଟି, ମେ ୨୯ରେ ୫୧୩ଟି, ମେ ୩୦ରେ ୫୨୯ ଏବଂ ମେ ୩୧ରେ ୫୦୧ଟି ଘରୋଇ ବିମାନ ଚଳାଚଳ କରିଥିବା ନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ।

Representative Image.
news18

ହରଦୀପ ସିଂ ପୁରୀ ସୋମବାର ଟୁଇଟ୍ କରି କହିଛନ୍ତି, “ମେ ୩୧, ୨୦୨୦ରେ ୫୦୧ ବିମାନ ୪୪,୫୯୩ଯାତ୍ରୀଙ୍କୁ ନେଇ ଉଡାନା ଭରିଥିବା ବେଳେ ୫୦୨ଟି ବିମାନ ୪୪,୬୭୮ ଯାତ୍ରୀଙ୍କୁ ନେଇ ଅବତରଣ କରିଥିଲା |

ବିମାନ ବନ୍ଦର ସୂତ୍ରରୁ ପ୍ରକାଶ ଯେ, ଲକଡାଉନ ପୂର୍ବରୁ ଭାରତୀୟ ବିମାନବନ୍ଦରଗୁଡିକ ଦୈନିକ ପ୍ରାୟ ୩୦୦୦ ଘରୋଇ ବିମାନ ଚଳାଚଳ କରୁଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତରେ ଘରୋଇ ବିମାନ ମାଧ୍ୟମରେ ଦୈନିକ ପ୍ରାୟ ୪.୧୨ଲକ୍ଷ ଯାତ୍ରୀ ଯାତାୟାତ କରିଥିଲେ।

ସମ୍ବନ୍ଧିତ ଖବର