ପ୍ରତିବର୍ଷ ଭାରତୀୟ ଘରମାନଙ୍କରେ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି: ୟୁଏନ୍‌ଇପି

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତୀୟ ଘରମାନଙ୍କରେ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଥିବା କଥା ଗୁରୁବାର ଦିନ ‘ୟୁନାଇଟେଡ୍‌ ନେସନ୍‌ସ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌’ (ୟୁଏନ୍‌ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍‌ େଓ୍ଵଷ୍ଟ୍‍ ଇଣ୍ଡେକ୍ସ୍‍ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି।

‘ୟୁଏନ୍‌ଇପି’ ରିପୋର୍ଟ ଅନୁସାରେ, ପ୍ରାୟ ୯୩୧ ନିୟୁତ ଟନ୍‌ ଖାଦ୍ୟ ବା ୨୦୧୯ରେ ବିଶ୍ୱବ୍ୟାପୀ ଖାଉଟିମାନଙ୍କୁ ମିଳିଥିବା ସମୁଦାୟ ଖାଦ୍ୟର ୧୭% ଭାରତୀୟ ଘର, ଖୁଚୁରା ବିକ୍ରୟ କେନ୍ଦ୍ର, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାଣକାରୀଙ୍କ ଆବର୍ଜନା କୁଣ୍ଡ ବା ‘େଓ୍ଵଷ୍ଟ୍‍ ବିନ୍‌’ରେ ଫିଙ୍ଗାଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୧୯-୨୦ ବର୍ଷରେ ଭାରତରେ ଉତ୍ପାଦିତ ଖାଦ୍ୟଶସ୍ୟ, ତୈଳବୀଜ, ଆଖୁ ଏବଂ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ମିଶାଇଲେ ଯେତେ ହେବ, ସମଗ୍ର ବିଶ୍ୱରେ ପ୍ରାୟ ସେତିକି ଓଜନର ଖାଦ୍ୟ ନଷ୍ଟ ହୋଇଛି।

Image Courtesy of NavBharat Times

ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱବ୍ୟାପୀ ବହୁଳାଂଶ ଖାଦ୍ୟ ନଷ୍ଟ ହେଉଛି ଲୋକମାନଙ୍କ ଘରେ, ଖାଦ୍ୟ ଯୋଗାଣକାରୀ ଅନୁଷ୍ଠାନ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରମାନଙ୍କରେ।

ବୈଶ୍ୱିକ ମୁଣ୍ଡପିଛା ହାରରେ ହିସାବ କଲେ, ପ୍ରତିବର୍ଷ ଖାଉଟିସ୍ତରରେ ୧୨୧ କିଲୋ ଖାଦ୍ୟ ନଷ୍ଟ ହେଉଛି। ଏଥିରୁ ୭୪ କିଲୋ ନଷ୍ଟ ହେଉଛି ଲୋକମାନଙ୍କ ଘରେ।

ଦକ୍ଷିଣ ଏସୀୟ ଦେଶମାନଙ୍କରେ ହେଉଥିବା ଖାଦ୍ୟ ନଷ୍ଟ ଆକଳନ ଅନୁସାରେ, ଭାରତରେ ପ୍ରତିବର୍ଷ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି। ସେହିଭଳି, ବାର୍ଷିକ ମୁଣ୍ଡପିଛା ହାରରେ ଆଫଗାନିସ୍ତାନରେ ୮୨ କିଲୋ, ନେପାଳରେ ୭୯ କିଲୋ, ଶ୍ରୀଲଙ୍କାରେ ୭୬ କିଲୋ, ପାକିସ୍ତାନରେ ୭୪ କିଲୋ ଏବଂ ବାଂଲାଦେଶରେ ୬୫ କିଲୋ ଖାଦ୍ୟ ନଷ୍ଟ ହେଉଛି।

ସମ୍ବନ୍ଧିତ ଖବର