ଗୋଆରେ ଆୟୋଜିତ ହେବ ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ପ୍ରଦର୍ଶିତ ହେବ ୨୦୦ଟି ଫିଲ୍ମ

ନୂଆଦିଲ୍ଲୀ: ଚଳିତ ବର୍ଷ ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଗୋଆରେ ଆୟୋଜିତ ହେବାକୁ ଯାଉଛି। ଏହା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି ଫିଲ୍ମ ଫେଷ୍ଟିଭାଲ୍ ଆଗାମୀ ନଭେମ୍ବର ୨୦ରୁ ୨୮ ତାରିଖ ଯାଏଁ ଚାଲିବ। ଏହି ଅବସରରେ ବିଗତ ୫୦ ବର୍ଷ ମଧ୍ୟରେ ରିଲିଜ୍ ହୋଇଥିବା ସାରା ବିଶ୍ବର ପ୍ରାୟ ୨୦୦ଟି ଫିଲ୍ମ ପ୍ରଦର୍ଶିତ ହେବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

image source- newsonair.com

ପ୍ରକାଶ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ଯେ ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ୨୦ ରୁ ୨୮ ନଭେମ୍ବର ମଧ୍ୟରେ ଗୋଆରେ ଆୟୋଜନ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶର ୨୦୦ରୁ ଅଧିକ ଫିଲ୍ମ ତଥା ବିଭିନ୍ନ ଭାରତୀୟ ଭାଷାରେ ୨୬ଟି ଫିଚର ଫିଲ୍ମ ପ୍ରଦର୍ଶନ କରାଯିବ। ତେବେ ଏହି ଭାରତୀୟ ସିନେମାଗୁଡ଼ିକ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି ପ୍ରକାଶ ଜାଭଡେକର ।

ସମ୍ବନ୍ଧିତ ଖବର