ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ନିଜର ବିମାନ ଧରିବାକୁ ଆସିଥିବା ଯାତ୍ରୀଙ୍କ ଭିତରୁ ଅତି କମ୍ରେ ୫୧ ଜଣଙ୍କ ଆସବାବପତ୍ରରୁ ଗୁଳି ଜବତ ହୋଇଛି। ତେବେ ସେମାନେ ସମସ୍ତେ ଏଥିପାଇଁ ଆପରାଧିକ ମାମଲାର ସାମନା କରୁଥିବା ବେଳେ ଅଧିକାଂଶ ନିଜ ବ୍ୟାଗ ଅନ୍ୟଠାରୁ ଆଣିଥିବାରୁ ସେଥିରେ ଏପରି ବନ୍ଧୁକ କି ଗୁଳି ଥିବା ସମ୍ପର୍କରେ ଅବଗତ ନଥିଲେ ବୋଲି ସଫେଇ ଦେଇଛନ୍ତି। ସୂଚନା ଥାଉ କି, ପ୍ରତିବର୍ଷ ଏଭଳି ଶହେରୁ ଅଧିକ ଯାତ୍ରୀଙ୍କ ଆସବାବପତ୍ର ଭିତରେ ଗୁଳି ମିଳିଥିବା ଦିଲ୍ଲୀ ପୁଲିସ କହିଛି। ଏ ପରିପ୍ରେକ୍ଷୀରେ ପୁଲିସ ଗୁରୁବାର ଏକ ବୈଧାନିକ ସତର୍କତା ଜାରି କରି ବିମାନ ବନ୍ଦରକୁ ସାଥିରେ ଗୁଳି ନେବା ଏକ ଜାମିନବିହୀନ ଅପରାଧ ବୋଲି ସ୍ପଷ୍ଟ କରିଛି। ତେଣୁ ଯାତ୍ରୀମାନେ ନିଜର ବ୍ୟାଗ୍ପତ୍ର ଠିକ୍ରେ ଯାଞ୍ଚ କରି ବିମାନ ବନ୍ଦରରେ ପ୍ରବେଶ କରିବାକୁ ଦିଲ୍ଲୀ ପୁଲିସ ପରାମର୍ଶ କରିଛି।
ଦିଲ୍ଲୀ ବିମାନ ବନ୍ଦରରେ ୫୧ ଜଣ ଯାତ୍ରୀଙ୍କ ଠାରୁ ଅସ୍ତ୍ର ଜବତ
/sambad/media/post_attachments/wp-content/uploads/2020/09/jhfhjf8j7f98j79f87jf98jfjjjjj.jpg)