ସିମଲା: ଲଗାଣ ବର୍ଷା ଏବଂ ପ୍ରକୃତି ତାଣ୍ଡବ ପରେ କେତେ କ୍ଷତି ସହିଲାଣି ହିମାଚଳ ପ୍ରଦେଶ। ସାମ୍ନାକୁ ଆସିଛି ଏକ ରିପୋର୍ଟ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଜୁନ ୨୦ରୁ ଜୁଲାଇ ୧ ତାରିଖ ଯାଏ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ବାବଦରେ କୁହାଯାଇଛି।
ତେବେ ଏହି ୧୧ ଦିନରେ ରାଜ୍ୟରେ ମୋଟ୍ ୫୧ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ଷାଜନିତ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୨୨ ଜଣ ନିଖୋଜ ଅଛନ୍ତି। ଯେଉଁଥିରେ ଖାଲି ମଣ୍ଡିରେ ଆଜିସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ୩୪ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ୧୦୩ ଜଣ ଲୋକ ଆହତ ହୋଇଛନ୍ତି।
ହିମାଚଳ ପ୍ରଦେଶରେ ପ୍ରକୃତିର ଧ୍ବଂସଲୀଳା ପରେ ମୋଟ ୨୮୨ ରାସ୍ତା ବନ୍ଦ ରହିଛି । ୧୩୬୧ ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଛି ଏବଂ ୬୩୯ଟି ଜଳ ଯୋଗାଣ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସେହିପରି କେବଳ ମଣ୍ଡିରେ ୧୮୨ଟି ରାସ୍ତା ଜାମ୍ ହୋଇଛି, ୬୩୩ଟି ଟ୍ରନ୍ସଫରମର ଅକାମୀ ହୋଇଡ଼ିଛି ଏବଂ ୪୬୫ଟି ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି।
ସେପଟେ ରାଜ୍ୟର ବର୍ଷାରେ ପ୍ରଭାବିତ ଥିବା ଜିଲ୍ଲାଗୁଡ଼ିକକରେ ୨୦୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯେଉଁଥିରେ ୨୨ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ୮୪ଟି ଦୋକାନ, ଗୁହାଳ ଘର, ଶ୍ରମିକ ରହୁଥିବା କୁଡ଼ିଆ ଆଦି ନଷ୍ଟ ହୋଇଛି। ଘରୋଇ ଏବଂ ସରକାରୀ ସମ୍ପତ୍ତି ପ୍ରଭାବିତ ହୋଇଛି ପାଖାପାଖି ୧୮୩ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି ।
ଅଧିକ ପଢନ୍ତୁ-
ବର୍ଷା-ଭୂସ୍ଖଳନ ଭାଙ୍ଗିଦେଲା ମଣ୍ଡିର ମେରୁଦଣ୍ଡ: ପ୍ରଭାବିତଙ୍କୁ ଦିଆଗଲା ରିଲିଫ ସାମଗ୍ରୀ, ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା
ଅନ୍ୟପଟେ ପ୍ରକୃତିର କରାଳ ରୂପ ଆଗରେ ମୁଣ୍ଡ ନୁଆଁଇ ଦେଇଥିବା ମଣ୍ଡିରେ ଏବେ ଉଦ୍ଧାର କାମ ଜୋରଦାର ଚାଲିଛି । ବର୍ଷା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ ଚାଲିଥିବା ବେଳେ ଏବେ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ସହ ଖାଦ୍ୟ ଓ ଔଷଧ ବଣ୍ଟନ ପାଇଁ ସେରାଜ ଭ୍ୟାଲିରେ ହେଲିକପ୍ଟର ଆସି ପହଞ୍ଚିଛି ।
ଏସଡିଆରଏଫ୍ ଟିମ୍ ମଣ୍ଡିର ସେରାଜ ଭ୍ୟାଲିରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ବର୍ଷା ଓ ଭୂସ୍ଖଳନ ପରେ ରାସ୍ତାଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ସେହିପରି ରାସ୍ତାରେ ପଡ଼ିଥିବା ଗଛ ସଫା କରି ପ୍ରଭାବିତ ଅଞ୍ଚଳକୁ ଏସଡିଆରଏଫ୍ ଟିମ୍ ଯାଇଛନ୍ତି। ସେମାନେ ପ୍ରଭାବିତ ଲୋକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଔଷଧ ବଣ୍ଟନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/02/damage-2025-07-02-17-38-32.jpg)