ଏପ୍ରିଲ୍‌ରେ ଅବସର ନେବେ ୫୧ ରାଜ୍ୟସଭା ସଭ୍ୟ, ବିଜେପି, କଂଗ୍ରେସର ଆସନ ବଢ଼ିବ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପି ଏବଂ କଂଗ୍ରେସ ସମେତ ବିଭିନ୍ନ ଦଳର ୫୧ ଜଣ ସଭ୍ୟ ଏପ୍ରିଲ୍‌ରେ ଅବସର ନେବେ। ଏହା ସହିତ ଏପ୍ରିଲ୍‌ରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ, ବିଜେପି, ୱାଇଏସ୍‌ଆର୍‌ କଂଗ୍ରେସ ଆଦି ଦଳର ଆସନ ସଂଖ୍ୟା ବୃଦ୍ଧି ପାଇବ। ରାଜ୍ୟସଭାରେ ବିଜେପିର ଏବେ ୮୨ ସଦସ୍ୟ ଅଛନ୍ତି। ଏପ୍ରିଲ୍‌ରେ ହେବାକୁ ଥିବା ନିର୍ବାଚନରେ ଦଳ ଆଉ ୧୩ଟି ଆସନ ପାଇବ ବୋଲି ଆଶା ରଖିଛି। ରାଜ୍ୟସଭାରେ ଏବେ ୨୪୫ ସାଂସଦ ଅଛନ୍ତି। ରାଜ୍ୟସଭାରେ କଂଗ୍ରେସର ୪୬ ସାଂସଦ ଥିବା ବେଳେ ଦଳକୁ ଆଉ ୧୦ଟି ଆସନ ମିଳିବା ସମ୍ଭାବନା ରହିଛି। କଂଗ୍ରେସର ୧୧ ସଦସ୍ୟ ଏପ୍ରିଲ୍‌ରେ ଅବସର ନେବେ। ଏପ୍ରିଲ୍‌ରେ ମହାରାଷ୍ଟ୍ରର ସର୍ବାଧିକ ୭ ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ତାମିଲନାଡ଼ୁର ୬ ସାଂସଦ, ବିହାରର ୫, ପଶ୍ଚିମବଂଗର ୫, ଆନ୍ଧ୍ର ପ୍ରଦେଶର ୪, ଗୁଜରାଟର ୪, ମଧ୍ୟପ୍ରଦେଶର ୩, ରାଜସ୍ଥାନର ୩, ତେଲେଙ୍ଗାନାର ୩, ଓଡ଼ିଶାର ୩, ଝାଡ଼ଖଣ୍ଡର ୨, ଛତିଶଗଡ଼ର ୧, ଆସାମର ୧, ମଣିପୁରର ୧, ହରିୟାଣାର ୧ ଏବଂ ହିମାଚଳ ପ୍ରଦେଶର ୧ ଆସନ ଖାଲିହେବ।

ସମ୍ବନ୍ଧିତ ଖବର