ଡାକ୍ତର ଫେସବୁକରେ ଲେଖିଥିଲେ ଏହା ମୋର ଶେଷ ଗୁଡ଼ମର୍ଣ୍ଣିଂ, ୩୬ଘଣ୍ଟା ମଧ୍ୟରେ କରୋନାରେ ବୁଜିଲେ ଆଖି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାସ୍ଥିତି ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।  କରୋନାରେ ସଂକ୍ରମିତ ହୋଇ ଅନେକ ଡାକ୍ତରଙ୍କର  ମୃତ୍ୟୁ ବି ହୋଇଛି। ନିକଟରେ ମୁମ୍ବାଇର ଜଣେ ଡାକ୍ତର ଫେସବୁକରେ ଲେଖିଥିଲେ, ହୋଇପାରେ ଏହାର ମୋର ଶେଷ ଗୁଡମର୍ଣ୍ଣିଂ ମେସେଜ। ଆଉ ମୁଁ ଏହି ପ୍ଲାଟଫର୍ମରେ ବୋଧେ ଦେଖିବାକୁ ମିଳିବି ନାହିଁ। ସମସ୍ତେ ନିଜର ଧ୍ୟାନ ରଖିବେ। ଶରୀର ମରି ଯାଇଛି। ଆତ୍ମା ନୁହେଁ। ଆତ୍ମା ସବୁବେଳେ ଅମର।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୋଷ୍ଟ କରିବାର ୩୬ଘଣ୍ଟା ମଧ୍ୟରେ ଉକ୍ତ ଡାକ୍ତରଙ୍କ କରୋନାରେ  ମୃତ୍ୟୁ ହୋଇଥିଲା।

rck57h4g

ସେବରି ଟିବି ହସ୍ପିଟାଲର ୫୧ବର୍ଷୀୟ ଚିଫ୍ ମେଡିକାଲ ଅଫିସର ଡାକ୍ତର ମନୀଷା ଯାଦବଙ୍କର ଗତ ସୋମବାର ବିଳମ୍ବିତ ରାତିରେ କୋଭିଡ-୧୯ରେ ମୃତ୍ୟୁ ହୋଇଯାଇଛି। ସବୁଠାରୁ ଦୁଃଖର କଥା ହେଉଛି, ଫେସବୁକରେ ସେ ଜାଣିଲା ଭଳିଆ ଏହା ତାଙ୍କର ଶେଷ ମେସେଜ ବୋଲି ଲେଖିଥିଲେ। ଏହି ପୋଷ୍ଟର ଠିକ ୩୬ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୪,୮୩୫ କରୋନାଜନିତ ନୂତନ ସଂକ୍ରମଣ ଓ ୨,୧୦୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୯,୩୦,୯୬୫ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୨,୧୦୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୮୪,୬୫୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୭୮,୮୪୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୩୪,୫୪,୮୮୦। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୨,୯୧,୪୨୮।

ସମ୍ବନ୍ଧିତ ଖବର