ରାମ ମନ୍ଦିର ନିର୍ମାଣ ପାଇଁ ଜଣେ ଭକ୍ତ ନିର୍ମାଣ କରୁଛନ୍ତି ୫୧ ହଜାର ଇଟା

ଅଯୋଧ୍ୟା: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ଭଗବାନ ରାମଙ୍କ ଭକ୍ତ ଖୁବ ଶୀଘ୍ର ମନ୍ଦିର ଦେଖିବାକୁ ଚାହୁଁଛନ୍ତି | ବର୍ତ୍ତମାନ ଏମିତି ଜଣେ ଭକ୍ତ ଏହି ମନ୍ଦିର ନିର୍ମାଣ ପାଇଁ ନିଜ ପକ୍ଷରୁ ପ୍ରୟାସ ଆରମ୍ଭ କରିଛନ୍ତି | ସନ୍ଦୀପ ବର୍ମା ନାମକ ଜଣେ ଇଟା ଭାଟି ମାଲିକ ଏବେ ରାମ ମନ୍ଦିର ପାଇଁ ଇଟା ଗଢିବା କାମ ଆରମ୍ଭ କରିଦେଇଛନ୍ତି | ସନ୍ଦୀପ ନିଷ୍ପତ୍ତି ନେଇଛନ୍ତି ଯେ ସେ ୫୧ ହଜାର ଇଟା ନିର୍ମାଣ କରାଇବେ | ଏହି ଇଟାରେ ‘ରାମ’ ନାମ ଲେଖା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ହଜାର ଇଟା ନିର୍ମାଣ ସରିଗଲାଣି |

photo-news 18

ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସୁଦ୍ଧା ବଳକା ୪୭ ହଜାର ଇଟା ପ୍ରସ୍ତୁତ ହୋଇଯିବ ବୋଲି ସନ୍ଦୀପ କହିଛନ୍ତି | ବଡ କଥା ଯେ ଏହି ଇଟା ନିର୍ମାଣ ପାଇଁ ସନ୍ଦୀପ ନିଜ ଶ୍ରମିକଙ୍କ ପାଇଁ କିଛି ନିୟମ ମଧ୍ୟ ଧାର୍ଯ୍ୟ କରିଛନ୍ତି | ଯେଉଁଠାରେ ଇଟା ନିର୍ମାଣ ହେଉଛି ସେହି ସ୍ଥାନକୁ ଚପଲ ପିନ୍ଧି ଯିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି |

ସେହିପରି ଅନ୍ୟ ଇଟା ଅପେକ୍ଷା ଏହି ଇଟାରେ ସ୍ୱତନ୍ତ୍ର ମାଟିୟାରୀ ମାଟି ବ୍ୟବହାର କରାଯାଉଛି | ଯାହାକି ଅନ୍ୟ ଇଟା ଅପେକ୍ଷା ଅଧିକ ଦୀର୍ଘସ୍ଥାୟୀ ଓ ଦୃଢ ହୋଇଥାଏ | ୧୬ ଜଣ ଶ୍ରମିକ ଏବେ ଏହି ଇଟା ନିର୍ମାଣରେ ଲାଗିପଡିଥିବାବେଳେ ଦିନ ରାତି ଇଟା ତିଆରି କରୁଛନ୍ତି |

ସମ୍ବନ୍ଧିତ ଖବର