ଆସ୍ତାନା : ଗୁରୁବାର ସକାଳ ପ୍ରାୟ ସାଢ଼େ୧୦ଟାରେ କାଜାକସ୍ତାନର ଭୋଲଗା ନଦୀ ପୋଲ ଉପରେ ଯାଉଥିବା ଏକ ବସ୍ରେ ଅଚାନକ ନିଆଁ ଲାଗି ଯିବାରୁ ଘଟଣାସ୍ଥଳରେ ୫୨ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଏହି ବସଟି ଦକ୍ଷିଣ କାଜଗାସ୍ତାନର ସାଇମକେଣ୍ଟ ସହରରୁ ଦୁଇ ଚାଳକ ସମେତ ୫୭ ଜଣ ଯାତ୍ରୀଙ୍କୁ ଧରି ଋଷିଆର ସମାରା ସହରକୁ ଯାଉଥିଲା। ଉକ୍ତ ବସରେ ମୁଖ୍ୟତଃ ପ୍ରବାସୀ ଶ୍ରମିକମାନେ ଯାଉଥବା ଜଣାଯାିଛି। ଯାତ୍ରୀମାନେ ବସର ମୁଖ୍ୟ ଦ୍ୱାର ଏବଂ ଝରକା ଦେଇ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏହା ସମ୍ଭବ ହୋଇନଥିଲା। କେବଳ ୫ ଜଣ ହିଁ ମୁକୁଳିପାରିଥିଲେ।
କାଜାକସ୍ତାନରେ ୫୨ ବସ୍ଯାତ୍ରୀ ଜଳିଗଲେ
/sambad/media/post_attachments/wp-content/uploads/2018/01/bus_fire_Karnataka_EPS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)