ମହାରାଷ୍ଟ୍ରରେ କଠୋର କଟକଣା: ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ସବୁ ଅଫିସ୍‌ ବନ୍ଦ

ଲୋକଙ୍କୁ ଘରୁ ବାହାରିବାକୁ ମନା

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ରରେ କଡ଼ା କଟକଣା ଲାଗୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କରୋନା ବିଶ୍ବ ମହାମାରୀକୁ ଏକ ଯୁଦ୍ଧ ସ୍ଥିତି ବୋଲି କହିଛନ୍ତି ଏବଂ ଲୋକମାନଙ୍କୁ ଘରୁ ବାହାରିବା ପାଇଁ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଆଜି ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳ, ପୁନେ, ପିମ୍ପଡ଼ି ଏବଂ ନାଗପୁରରେ ସମସ୍ତ ଅଫିସ୍‌, ଦୋକାନ ବଜାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। କେବଳ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ। ଠାକ୍‌ରେ ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି, କେବଳ ୨୫ ପ୍ରତିଶତ କର୍ମଚାରୀଙ୍କ ସହ ରାଜ୍ୟ ସରକାର କାର୍ଯ୍ୟ ପରିଚାଳନା କରିବେ। ଟ୍ରେନ୍‌ ଓ ବସ୍‌ ବାତିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଆଜି ମଧ୍ୟରାତ୍ରିରୁ ମୁମ୍ବାଇ ସହର ଠପ୍‌ ହୋଇଯିବ। ଅତ୍ୟାବଶ୍ୟକ ସାମଗ୍ରୀ ତଥା ଦୁଗ୍ଧ, ସଉଦା ଏବଂ ମେଡିସିନ୍‌ ଦୋକାନ ଖୋଲିବା ଉପରେ କୌଣସି କଟକଣା ରହିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର