ସାଢ଼େ ୫ ଘଣ୍ଟା ଧରି ହେଲା ଅସ୍ତ୍ରୋପଚାର, ଗାଈ ପେଟରୁ ବାହାରିଲା ୫୨ କିଲୋ ପ୍ଲାଷ୍ଟିକ୍

ଚେନ୍ନାଇ: ତାମିଲନାଡ଼ୁରେ ପ୍ରାଣୀଧନ ଚିକିତ୍ସକମାନେ ଗୋଟିଏ ଗାଈ ପେଟରୁ ୫୨ କିଲୋଗ୍ରାମର ପ୍ଲାଷ୍ଟିକ୍ ବାହାର କରିଛନ୍ତି। ଚିକିତ୍ସକମାନେ ପ୍ରାୟ ସାଢ଼େ ୫ ଘଣ୍ଟାର ଅସ୍ତ୍ରୋପଚାର କରିବା ପରେ ଗାଈ ପେଟରୁ ପ୍ଲାଷ୍ଟିକ୍ ସାମଗ୍ରୀ ସମେତ ପିନ୍ ଏବଂ ଛୁଞ୍ଚି ଆଦି ବାହାରିଛି। ଗାଈଟିକୁ ସହର ଉପକଣ୍ଠ ଥିରୁମୁଲ୍ଲାଇଭୋୟଲରୁ ତାମିଲନାଡ଼ୁର ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟକୁ ଅଣାଯାଇଥିଲା। ଏହାପରେ ଚିକିତ୍ସକମାନେ ଗାଈଟିର ପାକସ୍ଥଳୀରେ ବିପୁଳ ପରିମାଣର ପ୍ଲାଷ୍ଟିକ୍ ଥିବା ଜାଣିବାକୁ ପାଇଥିଲେ। ଏଥିଯୋଗୁ ଗାଈଟି ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲା।

ପୂର୍ବରୁ ଯଦିଓ ଆମେ ଗାଈ ପେଟରୁ ପ୍ଲାଷ୍ଟିକ ବାହାର କରିଛୁ କିନ୍ତୁ ଏତେ ପରିମାଣରେ କେବେ ବାହାର କରାଯାଇ ନଥିଲା। ସରକାରୀ ଚିକିତ୍ସାଳୟରେ ଏହି ଅସ୍ତ୍ରୋପଚାର କରାଯାଇଥିବାରୁ ଗାଈ ମାଲିକକୁ ସେତେଟା ଖର୍ଚ୍ଚାନ୍ତ ହେବାକୁ ପଡ଼ିନାହିଁ। ଘରୋଇ ପ୍ରାଣୀ ଚିକିତ୍ସାଳୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲେ ଏଥିପାଇଁ ପ୍ରାୟ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ଏସ ବାଲସୁବ୍ରମଣ୍ୟନ୍ କହିଛନ୍ତି।

ସମ୍ବନ୍ଧିତ ଖବର