କୋଲକାତା : ପାଠ ପଢ଼ିବା ପାଇଁ ବୟସର ମାପକାଠି ନଥାଏ। ଏହାର ପ୍ରମାଣ ସଦ୍ୟ ପ୍ରକାଶିତ ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ୫୨ ବର୍ଷୀୟା ଛାତ୍ରୀ ପ୍ରତିମା ଦେବୀ। ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୨୫୧ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଏହି ଉକ୍ତିକୁ ପୁଣି ଚରିତାର୍ଥ କରିଛନ୍ତି ପ୍ରତିମା। ଖଡ଼ଦହର ରହଡ଼ା ରାମକୃଷ୍ଣ ପଲ୍ଲୀ ବାସିନ୍ଦା ଅରବିନ୍ଦ ଗାଙ୍ଗୁଲିଙ୍କ ପତ୍ନୀ ପ୍ରତିମା ଦେବୀ ବିବାହ ପରେ ଅଧିକ ପାଠ ପଢ଼ିବା ପାଇଁ ଇଚ୍ଛା କରିଥିଲେ। ହେଲେ ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ଜନ୍ମ ନେବା ପରେ ପାଠପଢ଼ାରେ ବ୍ରେକ୍ ଲାଗିଥିଲା। ତାଙ୍କର ଏହି ଅବସୋସ ପୁଅ ଆୟନ୍ଙ୍କୁ ସବୁବେଳେ କହି ଆସୁଥିଲେ ସେ। ବାରାକପୁର ବାର୍ ଆସୋସିଏସନ୍ର ସକ୍ରିୟ ସଭ୍ୟ ଆଡ଼ଭୋକେଟ୍ ଆୟନ୍ ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ। ମା’ଙ୍କ ପାଠପଢ଼ା ଆରମ୍ଭ ହେଲା। ବାନ୍ଦିପୁର ଆଇଡିଆଲ ଏକାଡେମି ଅଫ୍ ଗାର୍ଲ୍ସ ସ୍କୁଲ୍ରେ ନାମ ଲେଖାଇଲେ। ଚଳିତ ବର୍ଷ ମାଧ୍ୟମିକ ପରୀକ୍ଷା ଦେଲେ ପ୍ରତିମା ଦେବୀ। ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ପରିବାରର ସମସ୍ତ ସଦସ୍ୟ ବେଶ୍ ଖୁସି। ତେବେ ଆଗକୁ ଗ୍ରାଜୁଏସନ୍ ଏବଂ ତା’ପରେ ଏମ୍ଏ ପଢ଼ିବାର ଇଚ୍ଛା ଅଛି ବୋଲି କହନ୍ତି ପ୍ରତିମା ଦେବୀ।
ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୫୨ ବର୍ଷିୟା ଛାତ୍ରୀ
/sambad/media/post_attachments/wp-content/uploads/2020/07/exam-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)