କରୋନା ଆକ୍ରାନ୍ତଙ୍କ ମୃତଦେହରୁ ୫୨୦ଟି ବେଡ଼ସିଟ, ୧୨୭ଟି କୁର୍ତା ଓ ଧଳା ଶାଢ଼ୀ ଚୋରି କରିଥିବା ୭ଜଣଙ୍କୁ ଗିରଫ କଲା ପୁଲିସ

ବାଘପତ: ସାରା ଦେଶରେ ଏବେ କରୋନା ସ୍ଥିତି ଉଦବେଗଜନକ ରହିଥିବା ବେଳେ ଉତ୍ତରପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି | କରୋନାରେ ମୃତ୍ୟୁବରଣ କରୁଥିବା ମୃତକଙ୍କ ଶରୀରରୁ ଜିନିଷ ଚୋରି କରୁଥିବା ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି | ଗୋଟେ କି ଦୁଇଟା ନୁହେ ମୃତକଙ୍କ ଶରୀରରୁ ୫୨୦ଟି ବେଡ଼ସିଟ ଚୋରି ହୋଇଥିବା ଜଣାପଡିଛି | ଏନେଇ ୭ଜଣକୁ ଗିରଫ କରାଯାଇଛି | ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବାଘପତରେ |

ପୁଲିସର ସୂଚନା ମୁତାବକ, ଅଭିଯୁକ୍ତମାନେ ବେଡ଼ସିଟ, କୁର୍ତା ଓ ଧଳା ଶାଢ଼ୀ ମୃତକଙ୍କ ଶରୀରରୁ କାଢ଼ିନେଇ ତାକୁ ସଫା କରିବା ସହ ପୁଣିଥରେ ବିକ୍ରି କରୁଥିଲେ | ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଏହି ଅଞ୍ଚଳର କିଛି ପୋଷାକ ବ୍ୟବସାୟୀ ଅଭିଯୁକ୍ତଙ୍କ ସହ ଚୁକ୍ତି କରି ଗୋଟିଏ ଦିନର ଲୁଟ୍ ପାଇଁ ୩୦୦ଟଙ୍କା ଦେଉଥିଲେ। ଗିରଫ ୭ଜଣ ଅଭିଯୁକ୍ତ ୧୦ବର୍ଷ ହେଲାଣି ଚୋରି କରିଆସୁଛନ୍ତି | ୭ଜଣକ ମଧ୍ୟରୁ ୩ଜଣ ଗୋଟେ ପରିବାରର ଥିବା ଜଣାପଡିଛି |

ସମ୍ବନ୍ଧିତ ଖବର