ନୂଆଦିଲ୍ଲୀ: ମଙ୍ଗଳବାର ନେପାଳ ସୀମା ନିକଟସ୍ଥ ତିବତରେ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଘଟି ୫୩ ଜଣଙ୍କ ଜୀବନ ଯାଇଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏଫ୍ପି ସୂଚନା ପ୍ରଦାନ କରିଛି। ଏହି ଭୂକମ୍ପରେ ୬୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ସମେତ ଭାରତର ଅନେକ ସ୍ଥାନରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ୬.୩୫ରେ ରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା। ଏନସିଏସ୍ ତଥ୍ୟରୁ ଜଣାପଡିଛି ଯେ ପ୍ରଥମ ଭୂକମ୍ପର କିଛି ସମୟ ପରେ ଏହି ଅଞ୍ଚଳରେ ଆଉ ଦୁଇଟି ଭୂକମ୍ପ ଘଟିଛି।
ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ସମେତ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଭୂକମ୍ପ ଯୋଗୁ ଘର ବାହାରକୁ ବାହାରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/07/olkMMcIfqzFb4LaijwDM.jpg)