ଶିକ୍ଷା କେନ୍ଦ୍ର ଓ ଚାକିରି କ୍ଷେତ୍ରରେ ଘଟିଥାଏ ଅଧିକାଂଶ ଯୌନ ଶୋଷଣ: ବିବିସି ସର୍ଭେ

ଲଣ୍ଡନ: ନିକଟରେ ସୋସିଆଲ୍‌ ମିଡିଆରେ ଏକ୍‌ ‘ମି ଠୁ କ୍ୟାମ୍ପେନ୍‌’ ଶୀର୍ଷକ ଯୌନ ଶୋଷଣ ବିରୋଧୀ ଅଭିଯାନ ଖୁବ୍‌ ଜୋର୍‌ରେ ଦେଖିବାକୁ ମିଳିଥିଲା। ଏହି କ୍ୟାମ୍ପେନ ଜରିଆରେ ବିଭିନ୍ନ ମହିଳା କେଉଁ ଭଳି ଭାବେ ଯୌନ ଶୋଷଣର ଶିକାର ହୋଇଥିଲେ ତାହା ପ୍ରକାଶ କରିଥିଲେ। ଜଣେ ହଲିଉଡ୍‌ ଅଭିନେତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏହି କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଏବେ ସେହି କ୍ୟାମ୍ପେନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ବିବିସି ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ଶିକ୍ଷା କେନ୍ଦ୍ର ଓ ଚାକିରି କ୍ଷେତ୍ରରେ ପ୍ରାୟ ୫୩ ପ୍ରତିଶତ ମହିଳା ଏବଂ ୨୦ ପ୍ରତିଶତ ପୁରୁଷ ଯୌନ ଶୋଷଣର ଶିକାର ହୋଇଥାନ୍ତି।

ଗବେଷଣାେରେ ଭାଗ ନେଇଥିବା ପ୍ରତିଭାଗୀମାନଙ୍କ ମଧ୍ୟରୁ ୭% ପୁରୁଷ ଏବଂ ୩% ମହିଳା ପ୍ରକାଶ କରିଛନ୍ତି ଯେ ସେମାନେ ନିଜର ସହଯୋଗୀ ଏବଂ ସହପାଠୀଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ ହେବାର ସ୍ୱଚକ୍ଷୁରେ ଦେଖିଛନ୍ତି।

ତେବେ, ଯୌନ ଶୋଷଣର ଶିକାର ହେବା ସତ୍ତ୍ୱେ କୌଣସି ରିପୋର୍ଟ ଲେଖାଇ ନ ଥିବାଙ୍କ ମଧ୍ୟରେ ଅଛନ୍ତିି ୬୩% ମହିଳା ଏବଂ ୭୯% ପୁରୁଷ।

ବିବିସି ରେଡିଓ୫ ପାଇଁ ମାର୍କେଟ ରିସର୍ଚ କନ୍‌ସଲ୍‌ଟାନ୍ସି କରିଥିବା ଏହି ସର୍ଭେରୁ ଜାଣିବାକୁ ମିଳିଛି ଯେ ୧୮ରୁ ୩୪ ବର୍ଷ ମଧ୍ୟରେ ପ୍ରାୟ ୪୫% ଯୌନ ଶୋଷଣର ଶିକାର ହୋଇଥାନ୍ତି।

ସମ୍ବନ୍ଧିତ ଖବର