୫୪ ଛାତ୍ରୀଙ୍କୁ ୨୫ ହଜାର ଲେଖାଏଁ ଜରିମାନା

ଦରଭଙ୍ଗା ମେଡିକାଲ୍‌ କଳେଜରେ ରାଗିଂ

ଦରଭଙ୍ଗା(ବିହାର): ବିହାରର ଦରଭଙ୍ଗା ସ୍ଥିତ ମେଡିକାଲ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରୀମାନେ ରାଗିଂ କରିବା ଘଟଣା ସାମନାକୁ ଆସିଛି। ଏହି ଘଟଣାରେ ମୋଟ ୫୪ ଜଣ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶିକ୍ଷାନୁଷ୍ଠାନ ପରିସରରେ ରାଗିଂ ପରି ନିଷିଦ୍ଧ କାର୍ଯ୍ୟକଳାପରେ ଜଡ଼ିତ ରହିବା ଅଭିଯୋଗରେ ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବାରେ ପଛଘୁଞ୍ଚା ଦେଇଥିବା ଅଭିଯୋଗରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ମଧ୍ୟ ଏପରି ଜରିମାନା କରାଯାଇଛି। ଏମ୍‌ସିଆଇ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ପାଇଁ ଏକ କମିଟିକୁ ଛାତ୍ରୀନିବାସ ପଠାଇଥିଲେ। ମାତ୍ର ଏ ସମ୍ପର୍କରେ କୌଣସି ଛାତ୍ରୀ ମୁହଁ ଖୋଲିନଥିଲେ। ତେଣୁ ଛାତ୍ରୀନିବାସରେ ରହୁଥିବା ୫୪ ଜଣ ଯାକ ଛାତ୍ରୀଙ୍କୁ ୨୫ ହଜାର ଟଙ୍କା କରି ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର