କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ମୋଟ ସଂକ୍ରମିତ ସଂଖ୍ୟା ୫୪୦ ଟପିଲା, ଜରୁରୀ ବୈଠକ ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ : କରୋନା ଭାଇରସ ଭାରତର କେନ୍ଦ୍ରୀୟ ଅର୍ଦ୍ଧ ବାହିନୀ ଗୁଡ଼ିକୁ ଗୁରୁତରଭାବେ ପ୍ରଭାବିତ କରିଛି । ବିଏସଏଫ, ସିଆରପିଏଫ, ସିଆଇଏସଏଫରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଛି । ମିଳିଥିବା ସୂଚନା ଅନୁସାରେ ଏସବୁ ବାହିନୀଗୁଡ଼ିକରେ ମୋଟ ସଂକ୍ରମିତ ସଂଖ୍ୟା ୫୪୧ରେ ପହଞ୍ଚିଛି । ଏହା ସରକାରଙ୍କୁ ବେଶ ଚିନ୍ତାରେ ପକାଇଦେଇଛି । ଆଜି ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ।
ଅନ୍ୟପକ୍ଷରେ ବିଏସଏଫର ଆଉ ୩୦ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗତ କାଲି ୪୧ ଜଣ ସଂକ୍ରମିତ ଓ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହାସହିତ ବିଏସଏଫରେ ଏପର୍ଯ୍ୟନ୍ତ ମୋଟ ୨୨୫ ଜଣ କୋରନା ସଂକ୍ରମିତ ହୋଇଥିବା ବିଏସଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେବାରତ ଥିବାବେଳେ ବିଏସଏଫ ଯବାନମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂକ୍ରମିତ ଯବାନ ଓ କର୍ମଚାରୀମାନଙ୍କୁ କୋଭିଡ-୧୯ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପିକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ସିଆରପିଏଫ ଓ ସିଆଇଏସଏଫରେ ମଧ୍ୟ କରୋନା ବ୍ୟାପିଚାଲିଛି । ସିଆରପିଏଫରେ ମୋଟ ସଂକ୍ରମିତ ସଂଖ୍ୟା ୪ ଶହ ଟପିଯାଇଛି ।

ସମ୍ବନ୍ଧିତ ଖବର