ଏ ପର୍ଯ୍ୟନ୍ତ ଦେଶରେ ୫୪୮ଡାକ୍ତର, ନର୍ସ ଏବଂ ପାରାମେଡିକ୍ସ କର୍ମଚାରୀ କୋଭିଡ-୧୯ର ଶିକାର ହୋଇଛନ୍ତି : ରିପୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ୱାରା ସାରା ଦେଶରେ ପ୍ରାୟ ୫୪୮ଡାକ୍ତର, ନର୍ସ ଏବଂ ପାରାମେଡିକ୍ସ କର୍ମଚାରୀ ସଂକ୍ରମିତ ହୋଇଥିବା ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସଂଖ୍ୟାରେ ଫିଲ୍ଡ କର୍ମଚାରୀ, ୱାର୍ଡ ବଏ, ପରିମଳ କର୍ମଚାରୀ, ସୁରକ୍ଷାକର୍ମୀ, ଲ୍ୟାବ ଆଟେଣ୍ଡଣ୍ଟ, ପିଅନ, ଲଣ୍ଡ୍ରି ଏବଂ ରୋଷେଇ କର୍ମଚାରୀ ଅନ୍ତର୍ଭୁକ୍ତ ନୁହନ୍ତି।

ଏକ ସରକାରୀ ସୂତ୍ର ଅନୁଯାୟୀ, ଏହି ଡାକ୍ତର, ନର୍ସ ଏବଂ ପାରାମେଡିକ୍ କର୍ମଚାରୀମାନେ କେଉଁଠାରୁ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହି ସଂଖ୍ୟାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ଥିବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସ କର୍ମଚାରୀ ଅନ୍ତର୍ଭୁକ୍ତ।

COVID-19 Infects 548 Docs, Nurses, Paramedics Across India ...
Kashmir Observer

“ତେବେ ସଂକ୍ରମଣକୁ ନେଇ କୌଣସି ଅନୁସନ୍ଧାନ କରାଯାଇ ନାହିଁ। ତେଣୁ କର୍ମକ୍ଷେତ୍ରରେ କେତେ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ କେତେଜଣ କର୍ମକ୍ଷେତ୍ରରୁ ବାହାରେ ସଂକ୍ରମିତ ହୋଇଥିଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ପ୍ରକୃତ ସଂଖ୍ୟା ଜଣା ପଡି ନଥିଲେ ମଧ୍ୟ କୋଭିଡ-୧୯ ପଜିଟିଭ୍ ଥିବା ଅନେକ ଡାକ୍ତର ଦେଶରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏକ ସରକାରୀ ଅଧିକାରୀ କହିଛନ୍ତି ଯେ, ଜାତୀୟ ରାଜଧାନୀର ୬୯ ଡାକ୍ତର ଏ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ କୋଭିଡ-୧୯ ପାଇଁ ୧,୬୯୪ଜଣଙ୍କର ଜୀବନ ଯାଇଥିବା ବେଳେ ୪୯,୩୯୧ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର