ଇଜିପ୍ଟ: ଆତଙ୍କବାଦୀଙ୍କ ଗୁଳିରେ ୫୫ ପୁଲିସ କର୍ମୀ ନିହତ

କାଇରୋ: କାଇରୋ ନିକଟରେ ଆତଙ୍କବାଦୀଙ୍କ ଏକ ଆଡ଼ା ଉପରେ ପୁଲିସ ଚଢ଼ଉ ସମୟରେ ପ୍ରବଳ ଗୁଳି ବିନିମୟ ଘଟି ୫୫ ଜଣ ପୁଲିସ କର୍ମୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଏତେ ସଂଖ୍ୟାରେ ପୁଲିସ କର୍ମୀ ନିହତ ହେବା ପଛରେ ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି । ରାଜଧାନୀ କାଇରୋଠାରୁ ୧୩୫ କିମି ଦୂରରେ ଆତଙ୍କବାଦୀମାନେ ସମବେତ ହୋଇଥିବା ଖବର ପାଇଁ ପୁଲିସ ବାହିନୀ ସେଠାରେ ପହଞ୍ଚିଥିଲେ। ତେବେ ଆତଙ୍କବାଦୀମାନେ ଆଗୁଆ ସତର୍କ ରହି ପୁଲିସ ବାହିନୀ ଉପରକୁ ଆଖିବୁଜା ଗୁଳିବର୍ଷା କରିବାରୁ ୫୫ ପୁଲିସ କର୍ମୀ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ପୁଲିସ ଉପରକୁ ୧୦ରୁ ଅଧିକ ଆତଙ୍କବାଦୀ ସ୍ୱୟଂ ଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲେ। ଏଭଳି ଯୋଜନାବଦ୍ଧ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌କୁ ଦାୟୀ କରାଯାଉଥିବା ବେଳେ କାଇରୋରେ ହାଇ ଆଲର୍ଟ ଜାରି ରହିଛି।

ସମ୍ବନ୍ଧିତ ଖବର