ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜଲ, ଆଲିଆ ଭଟ୍ଟ ଆଦି ଅଭିନେତ୍ରୀଙ୍କ ଡିପଫେକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। କୃତ୍ରିମ ବୁଦ୍ଧିମତାର ଅପବ୍ୟବହାର କରାଯାଇ ଏଭଳି କାର୍ଯ୍ୟ ସାଇବର ଅପରାଧୀମାନେ କରୁଛନ୍ତି। ତେବେ ଡିପ୍‌ଫେକ୍‌ ଭିଡିଓ ପ୍ରସାରଣ ସଂପର୍କରେ ଅଭିଯୋଗ ହେବାର ୨୪ ଘଣ୍ଟା ମଧ୍ୟରେ ସେଗୁଡ଼ିକୁ ହଟାଇବା ପାଇଁ ୫୬ ପ୍ରତିଶତ ଭାରତୀୟ ଏକ ସର୍ଭେରେ ମତ ଦେଇଛନ୍ତି। ସରକାର ୩୬ ଘଣ୍ଟାରେ ଏହି ଭିଡିଓକୁ ହଟାଇବା ପାଇଁ ସରକାରଙ୍କ ପ୍ରସ୍ତାବ ଥିବାବେଳେ ଲୋକମାନେ ଏହାକୁ ୨୪ ଘଣ୍ଟାରେ ପ୍ରତ୍ୟାହାର କରିବା ଲାଗି ମତ ଦେଇଛନ୍ତି। ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେରେ ଭାଗ ନେଇଥିବା ୪୩ ପ୍ରତିଶତ ଭାରତୀୟ କହିଛନ୍ତି, ସେମାନେ ଦିନକୁ ହାରାହାରି ପ୍ରାୟ ୩ଟି କିମ୍ବା ଅଧିକ କ୍ଷୁଦ୍ର ଭିଡିଓ ଦେଖିଥାନ୍ତି। ଏଥିସହିତ ଏହି ସମସ୍ୟା କିଛି ଛୋଟ ନୁହେଁ। ଲୋକଙ୍କ କହିବାନୁଯାୟୀ ସେମାନେ ଦେଖୁଥିବା ଭିଡିଓର ୨୫ ପ୍ରତିଶତରୁ ଅଧିକ ଭିଡିଓ ନକଲି ବୋଲି ପରେ ଜାଣୁଛନ୍ତି।