ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୫୬୦ କୋଟିର ପୁରସ୍କାର ଘୋଷଣା କଲା ଇରାନ

ତେହରାନ: ଦେଶର କମାଣ୍ଡାର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ହତ୍ୟା କରାଯିବା ପରେ ଇରାନ ଏବେ ପ୍ରତିଶୋଧର ନିଆଁରେ ଜଳୁଛି। ଆଜି ସୁଲେମାନୀଙ୍କ କବର ଦେବା ଲାଗି ଆୟୋଜିତ ଶୋଭାଯାତ୍ରାର ପ୍ରସାରଣ ସରକାରୀ ଟେଲିଭିଜନରେ କରାଯାଇଥିଲା। ସେହି ପ୍ରସାରଣ ବେଳେ ଟ୍ରମ୍ପଙ୍କୁ ଯିଏ ମାରିବ ତାଙ୍କୁ ୮୦ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି କୁହାଯାଇଛି। ଇରାନର ଲୋକସଂଖ୍ୟା ୮୦ ନିୟୁତ। ଜଣେ ଇରାନୀବାସୀଙ୍କ ପାଇଁ ୧ ଡଲାର ଲେଖାଏଁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ୧ ଡଲାରର ମୂଲ୍ୟକୁ ଯଦି ୭୦ ଟଙ୍କା ଧରାଯାଏ ତାହେଲେ ଭାରତୀୟ ମୁଦ୍ରାରେ ଟ୍ରମ୍ପଙ୍କୁ ମାରିବା ବ୍ୟକ୍ତିଙ୍କୁ ୫୬୦ କୋଟି ଟଙ୍କା ମିଳିବ। ସୂଚନାଯୋଗ୍ୟ‌, ଗତ ୩ ତାରିଖରେ ବାଗଦାଦ ବିମାନ ବନ୍ଦରରେ ଇରାନ ରିଭୋଲ୍ୟୁସନାରି ଗାର୍ଡସ କର୍ପସର କୁଦ୍ଦସ୍‌ ବାହିନୀର କମଣ୍ଡାର ସୁଲେମାନୀଙ୍କୁ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଛି। ଏହା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର