ପ୍ରଥମ ଦିନ କର୍‌ତାର୍‌ପୁର କରିଡର୍‌ ଦେଇ ପାକିସ୍ତାନସ୍ଥିତ ଗୁରଦ୍ୱାରକୁ ଗଲେ ୫୬୨ଜଣ ଯାତ୍ରୀ

ନୂଆଦିଲ୍ଲୀ: କରିଡର୍‌ ଉଦ୍‌ଘାଟନ ଦିନ ୫୬୨ଜଣ ଯାତ୍ରୀ ପାକିସ୍ତାନ ଅନ୍ତର୍ଗତ ଗୁରଦ୍ୱାର ଦରବାର ସାହିବ୍‌ରେ ପ୍ରାର୍ଥନା କରିଥିବା କଥା ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପାକିସ୍ତାନରେ ଥିବା ଗୁରଦ୍ୱାର ଏବଂ ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଥିବା ଡେରା ବାବା ନାନକ ପୀଠକୁ ସଂଯୋଗ କରୁଥିବା ୪ କିଲୋମିଟର୍‌ ଦୀର୍ଘ କରିଡର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଗୃହମନ୍ତ୍ରାଳୟ ଅଧିକାରୀମାନେ କହିଛନ୍ତି ଯେ ପ୍ରଥମ ‘ଜାଠ’ରେ ସମୁଦାୟ ୫୬୨ଜଣ ଯାତ୍ରୀ ଗୁରଦ୍ୱାରକୁ ତୀର୍ଥ କରି ଯାଇଥିଲେ।

Image Source: Timesnow

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ, ପାକିସ୍ତାନର ନରୋଓ୍ଵାଲ୍‌ ଜିଲ୍ଲାରେ ଥିବା ଗୁରଦ୍ୱାର ଦର୍ଶନ କରିବା ପରେ ସମସ୍ତ ଯାତ୍ରୀ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ତାଙ୍କ ପତ୍ନୀ ଗୁରଶରଣ କୌର୍‌, ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏବଂ ସୋମ ପ୍ରକାଶ ଏହି ଯାତ୍ରୀଦଳର ପ୍ରତିନିଧିତ୍ୱ କରିଥିଲେ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ତାଙ୍କ ପୁଅ ଏବଂ ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଏବଂ ବୋହୂ ଏବଂ କେନ୍ଦ୍ରମନ୍ତ୍ରୀ ହରସିମରାତ କୌର ବାଦଲ ଅକାଳ ତଖତ ଜାଠେଦାର ହରପ୍ରୀତ ସିଂହ ନେତୃତ୍ୱ ନେଇଥିବା ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର