ମୋଦୀଙ୍କ ଜନ୍ମଦିନରେ ୫୬୮ କିଲୋର ଲଡୁ:ସ୍କୁଲ୍‌ ପିଲାଙ୍କ ସହିତ ସମୟ ବିତାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୮ତମ ଜନ୍ମଦିନରେ ଆଜି ୫୬୮ କିଲୋଗ୍ରାମ୍‌ ଓଜନର ଏକ ବିଶାଳ ଲଡୁ ପ୍ରସ୍ତୁତ କରାଯାଇଛି। ସୁଲଭ ଇଣ୍ଟରନ୍ୟାସ୍‌ନାଲ୍‌ ସୋସିଆଲ୍‌ ସର୍ଭିସ୍‌ ଅର୍ଗାନାଇଜେସନ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଲଡୁକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ମୁଖ୍‌ତାର ଅବ୍ଦାସ୍‌ ନକଭି ଉନ୍ମୋଚନ କରିଛନ୍ତି। ସଂଗଠନ ଆଜି ମୋଦୀଙ୍କ ଜନ୍ମଦିନକୁ ‘ସ୍ୱଚ୍ଛତା ଦିବସ’ ଭାବେ ପାଳନ କରିଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜାଭଡ଼େକର କହିଛନ୍ତି, ୪ ବର୍ଷ ମଧ୍ୟରେ ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଆସିଛି।

ଦେଶରେ ୯ କୋଟି ପାଇଖାନା ନିର୍ମାଣ କରାଯାଇଛି ଏବଂ ୪୫୦ ଗ୍ରାମକୁ ଖୋଲା ମଳତ୍ୟାଗମୁକ୍ତ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ମୋଦୀ ଆଜି ନିଜ ନିର୍ବାଚନମଣ୍ଡଳୀ ବାରାଣସୀରେ ତାଙ୍କ ଜନ୍ମଦିନ ସ୍କୁଲ ପିଲାମାନଙ୍କ ଗହଣରେ ପାଳିଛନ୍ତି। ପିଲାମାନଙ୍କ ସହିତ ସେ ନିଜ ଜୀବନୀ ଉପରେ ଆଧାରିତ ‘ଚଲୋ ଜିତେ ହେଁ’ ଚଳଚ୍ଚିତ୍ର ଦେଖିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଟ୍ଵିଟର୍‌ ହ୍ୟାଣ୍ଡେଲ୍‌ରେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାମିଲନାଡୁରେ ରାଜ୍ୟ ବିଜେପି ମୋଦୀଙ୍କ ଜନ୍ମଦିନ ପାଳନ କରିବା ସହିତ ନବଜାତକଙ୍କୁ ସୁନା ମୁଦି ଉପହାର ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର