ନୂଆଦିଲ୍ଲୀ: ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର୍) ରିପୋର୍ଟ ଅନୁସାରେ, ବିହାରରେ ନୂଆ ଶପଥ ଗ୍ରହଣ କରିଥିବା ୧୪ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଆଠଜଣ ନିଜ ନାମରେ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି।
ସେହିପରି, ସେମାନଙ୍କ ମଧ୍ୟରୁ ଛଅଜଣ ବା ୪୩% ମନ୍ତ୍ରୀ ନିଜ ନାମରେ ସାଙ୍ଘାତିକ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି। ସାଙ୍ଘାତିକ ଅପରାଧିକ ମାମଲା ସବୁ ଜାମିନବିହୀନ ଅପରାଧ ହୋଇଥିବାରୁ ସେଥିଲାଗି ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ଜେଲ୍ଦଣ୍ଡ ବ୍ୟବସ୍ଥା ଅଛି।
ସତ୍ୟପାଠ ବିଶ୍ଳେଷଣ କରାଯାଇଥିବା ‘ଜେଡି(ୟୁ)’ର ଛଅଜଣଙ୍କ ମଧ୍ୟରୁ ଦୁଇଜଣ, ବିଜେପିର ଛଅଜଣଙ୍କ ମଧ୍ୟରୁ ଚରିଜଣ, ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚରୁ (ସିକ୍ୟୁଲାର୍) ଜଣେ ଓ ବିକାଶଶୀଳ ଇନ୍ସାନ୍ ପାର୍ଟିରୁ ଜଣେ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି। ଅର୍ଥାତ୍, ସମୁଦାୟ ଆଠଜଣ ବା ୫୭% ମନ୍ତ୍ରୀ ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି।
Image Courtesy of National Heraldସେହିଭଳି, ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୩.୯୩ କୋଟି ଥିବାରୁ ଏହି ରିପୋର୍ଟ ଅନୁସାରେ, ପ୍ରାୟ ୧୩ ଜଣ ବା ୯୩% ମନ୍ତ୍ରୀ କୋଟିପତି। ସବୁଠୁ ଅଧିକ ୧୨.୨୧ କୋଟି ଟଙ୍କାର ସମ୍ପତ୍ତି ଥିବା କଥା ତାରପୁର ନିର୍ବାଚନ ମଣ୍ଡଳୀର ମେୱାଲାଲ୍ ଚୌଧୁରୀ ଘୋଷଣା କରିଥିବା ବେଳେ ସବୁଠୁ କମ୍ ୭୨.୮୯ ଟଙ୍କା ସମ୍ପତ୍ତିର ଅଧିକାରୀ ବୋଲି ଅଶୋକ ଚୌଧୁରୀ ଦର୍ଶାଇଛନ୍ତି।
ଏହାଛଡ଼ା, ଶିକ୍ଷାଗତ ଯୋଗ୍ୟତା ୮ମରୁ ଦ୍ବାଦଶ ମଧ୍ୟରେ ବୋଲି ଚାରି ବା ୨୯% ମନ୍ତ୍ରୀ ଘୋଷଣା କରିଥିବା ବେଳେ ସ୍ନାତକ ବା ତଦ୍ଦୁର୍ଦ୍ଧ୍ବ ବୋଲି ୧୦ ବା ୭୧% ମନ୍ତ୍ରୀ ଘୋଷଣା କରିଛନ୍ତି।
ସେମାନଙ୍କ ବୟସ ୪୧ରୁ ୫୦ ବର୍ଷ ମଧ୍ୟରେ ବୋଲି ସମୁଦାୟ ଛଅଜଣ ବା ୪୩% ମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଠଜଣ ବା ୫୭% ମନ୍ତ୍ରୀ ନିଜ ବୟସ ୫୧ରୁ ୭୫ ମଧ୍ୟରେ ବୋଲି ଘୋଷଣା କରିଛନ୍ତି। ୧୪ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ମହିଳା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/nitish-4.jpg)