ୱାସିଂଟନ: ୟୁକ୍ରେନରେ ରୁଷ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆଜି ୧୮ ଦିନରେ ପହଞ୍ଚିଛି। ତେବେ ଶୁକ୍ରବାର ସୁଦ୍ଧା ୟୁକ୍ରେନ୍ରେ ହୋଇଥିବା ସଶସ୍ତ୍ର ଆକ୍ରମଣରେ ୪୨ ପିଲାଙ୍କ ସମେତ ଅନ୍ୟୂନ ୫୭୯ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଫେବ୍ରୁଆରି ୨୪ରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ଓଏଚ୍ସିଏଚ୍ଆର୍) ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନର ପୂର୍ବରେ ଥିବା ଅଞ୍ଚଳ ଡୋନେସ୍କ ଏବଂ ଲୁହାଂସ୍କରେ ୧୩୦ ମୃତ୍ୟୁ ଘଟିଛି। ରାଜଧାନୀ କିବ୍, ଖାରକିଭ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଉ ୪୪୯ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ସାଧାରଣ ନାଗରିକଙ୍କ ମୃତ୍ୟୁ ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ର ସମେତ ବିସ୍ଫୋରକ ଅସ୍ତ୍ରଶସ୍ତ୍ର ବ୍ୟବହାର ଯୋଗୁ ହୋଇଛି। ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଓଏଚ୍ସିଏଚ୍ଆର୍ ସୂଚାଇ ଦେଇଛି ଯେ, ମାରିୟୁପଲ୍ ସମେତ କେତେକ ଅଞ୍ଚଳରୁ ସୂଚନା ମିଳିବାରେ ବିଳମ୍ବ ହେଉଥିବାରୁ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ।
ଯୁଦ୍ଧ ନେଲାଣି ୪୨ ଶିଶୁ ସମେତ ୫୭୯ ୟୁକ୍ରେନୀୟଙ୍କ ଜୀବନ
/sambad/media/post_attachments/wp-content/uploads/2022/03/russia-ukrian.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)