ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଇଣ୍ଡିଆନ ଏୟାରଫୋର୍ସ ବେସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫୮ଜଣ ଭାରତୀୟ ଯବାନ ଗୋଟିଏ ବାଇକ୍‌ରେ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରି ଗିନିସ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ତ୍ରିରଙ୍ଗା ରଙ୍ଗର ପୋଷାକ ପରିଧାନ କରି ଯବାନମାନେ ୫୦୦ସିସିର ରାୟାଲ ଏନଫିଲ୍ଡ ବାଇକରେ ୧,୨୦୦କିଲୋମିଟର ପର୍ଯ୍ୟନ୍ତ ଷ୍ଟଣ୍ଟ ଦେଖାଇଥିଲେ, ଯାହାକୁ ‘ଷ୍ଟଣ୍ଟ ଅଫ ଦ ଇୟର’ କୁହାଯାଉଛି। ଆର୍ମି ସର୍ଭିସ୍‌ କର୍ପସ୍ (ଏଏସ୍‌ସି)ର ଏହି ୫୮ଜଣ ଯବାନଙ୍କ ନାମ ଗିନିସ୍‌ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡସରେ ସାମିଲ କରାଯାଇଛି। ୫୮ଜଣ ଯବାନଙ୍କ ନେତୃତ୍ୱ ନେଇଥିଲେ ବନ୍ନି ଶର୍ମା। ଏହି ବାଇକ୍‌କୁ ରାମପାଲ ଯାଦବ ଚଳାଉଥିଲେ। ଷ୍ଟଣ୍ଟ ପ୍ରଦର୍ଶନ ସମୟରେ ରାମପାଲ ଏହି ବାଇକ୍‌ର ସନ୍ତୁଳନ ଯେଭଳି ଭାବେ ରକ୍ଷା କରିଥିଲେ ତାହା ଆଶ୍ଚର୍ଯ୍ୟର କଥା ଏବଂ ତାଙ୍କର ଏହି ସାହସ ସତରେ ପ୍ରଶଂସନୀୟ ଅଟେ।

Advertisment

publive-image

ସୂଚନାଯୋଗ୍ୟ, ଏହି ଷ୍ଟଣ୍ଟକୁ ପ୍ରସ୍ତୁତ କରିବା ପାଇଁ ୫୮ଜଣ ଯବାନ ଅନେକ ଦିନ ହେବ ଅଭ୍ୟାସ ଜାରି ରଖିଥିଲେ। ବାଇକ୍‌ରେ ଷ୍ଟଣ୍ଟ ପ୍ରଦର୍ଶନ ସମୟରେ ସନ୍ତୁଳନ ସଠିକ୍‌ ଭାବେ ରକ୍ଷା କରିବା ପାଇଁ ଯବାନ କେବଳ ବିସ୍କୁଟ ଖାଉଥିଲେ ଓ ଦିନକୁ ୧୦୦ମିଲି ପାଣି ପିଉଥିଲେ।

publive-image

ଆର୍ମି ସର୍ଭିସ୍‌ ର୍କାପସର ଥୋର୍ନାଡଜ ମୋଟରସାଇକଲ ଡିସ୍‌ପ୍ଲେ ଟିମ୍‌ର ସଦସ୍ୟ ଏହା ପୂର୍ବରୁ ଦୁଇଥର ପ୍ରୟାସ କରିଥିଲେ କିନ୍ତୁ ଅସଫଳ ରହିଥିଲେ। ତୃତୀୟ ଥର ଏହି ଟିମ୍‌ର ୫୮ଜଣ ଯବାନ ଜବରଦସ୍ତ ସଫଳତା ହାସଲ କରିବା ସହ ଗିନିସ୍‌ ରେକର୍ଡ କରିଛନ୍ତି। ତିନିଦଶକ ମଧ୍ୟରେ ଏହି ଟିମ୍‌ ୧,୦୦୦ଟି ସୋ’ କରି ୨୦ଟି ଓ୍ଵାଲର୍ଡ ଓ ନ୍ୟାସନାଲ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଏହି ଟିମ୍‌ର ୫୬ଜଣ ଯବାନ ଗୋଟିଏ ବାଇକ୍‌ରେ ଷ୍ଟଣ୍ଟ ଦେଖାଇଥିଲେ। ଏହି ଟିମ୍‌ ନୂଆଦିଲ୍ଲୀରେ ଆୟୋଜିତ ୧୯୮୨ରେ ଏସିୟାନ୍‌ ଗେମ୍‌ରେ ଖୁବ୍‌ ସୁନ୍ଦର ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।