ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କଲା ଯୁବକ

ନୋଏଡା: ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କଲା ଯୁବକ | ଉତ୍ତରପ୍ରଦେଶ ନୋଏଡାର ସୁରଜପୁରରେ ଜଣେ ବ୍ୟକ୍ତିଙ୍କ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ ସୁରଜପୁର ଗାଁରେ ଓମବୀର ନାଗରଙ୍କର ଏକ ଗୋଶାଳା ଥିଲା | ଯେଉଁଠାରେ ସେ ଶତାଧିକ ଗାଈ ରଖିଛନ୍ତି। ତେବେ ଓମବୀରଙ୍କ ଫାର୍ମରେ ଗତ ୫ ଦିନ ମଧ୍ୟରେ ୫୮ଟି ଗାଈଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯେତେବେଳେ ପୁଲିସ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମକୁ ଡାକି ଏହାର ଅନୁସନ୍ଧାନ କଲା, ସେତେବେଳେ ବିଷଜନିତ କ୍ରିୟାରୁ ଗାଈମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏହା ପରେ ପୁଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା | ଆଉ ଆଜି ଫାର୍ମର ଜଣେ ପୂର୍ବତନ କର୍ମଚାରୀ ଧର୍ମେନ୍ଦ୍ରଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରିଥିଲା |

ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଲା ଯେ ଧର୍ମେନ୍ଦ୍ର ସବୁବେଳେ ନିଶା ସେବନ କରନ୍ତି, ଯେଉଁଥିପାଇଁ ତାଙ୍କୁ ଫାର୍ମରୁ କାଢିଦିଆଯାଇଥିଲା | ଏଥିରେ ରାଗିଯାଇ ସେ ପାଣିରେ ବିଷ ମିଶାଇଦେଇଥିଲେ, ଆଉ ଏହି କାରଣରୁ ଗାଈମାନେ ବିଷାକ୍ତ ପାଣି ପିଇବା ପରେ ମରିଯାଇଥିଲେ | ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି |

ସମ୍ବନ୍ଧିତ ଖବର