ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ଲୁଟିବା ସମୟରେ ବିସ୍ଫୋରଣ, ୫୮ ମୃତ

ନିୟାମି: ଆଫ୍ରିକା ମହାଦେଶର ନାଇଜର୍‌ ରାଜଧାନୀ ନିୟାମିରେ ସଡ଼କ ଦୂର୍ଘଟଣା ପରେ ଓଲଟିଥିବା ଏକ ଟ୍ୟାଙ୍କରରେ ଧମାକା ହେବା ପରେ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମୃତଦେହକୁ ଉଦ୍ଧାର କରିବା ବଦଳରେ ଭିଡ଼ ଜମିଥିବା ଲୋକେ ତେଲ ଜମା କରିବା ପାଇଁ ଏକାଠି ହୋଇଥିଲେ ଏବଂ ଉକ୍ତ ସମୟରେ ହିଁ ବୋମା ବିସ୍ଫୋରଣ ହୋଇଥିଲା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ପାଖରେ ଆରଏନ୍‌ ୧ ମାର୍ଗରେ ରବିବାର ହୋଇଥିବା ଏହି ଧମାକାରେ ଟ୍ରକ ଜଳି ଯାଇଥିଲା। ମୋଟର ସାଇକେଲ୍‌ର ଟୁକୁଡା ଆଦି ସଡକରେ ପଡିଥିଲା। ନିଆଁ ଲଗାଇବା ପରେ ଆଖପାଖରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଧମାକାରେ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର