୫୮ ବର୍ଷର ରେକର୍ଡ ଭାଙ୍ଗିଲା: ଦିଲ୍ଲୀର ସବୁଠୁ ଥଣ୍ଡା ଅକ୍ଟୋବର

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ଦିଲ୍ଲୀର ସବୁଠୁ ଥଣ୍ଡା ଅକ୍ଟୋବର ବୋଲି ଜଣାପଡ଼ିଛି। ଗତ ୫୮ ବର୍ଷ ମଧ୍ୟରେ ଦିଲ୍ଲୀର ଚଳିତ ଅକ୍ଟୋବର ମାସ ସବୁଠୁ ଥଣ୍ଡା ବିବେଚିତ ହୋଇଛି। ଚଳିତବର୍ଷ ଦିଲ୍ଲୀର ଅକ୍ଟୋବର ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ୧୯୬୨ ମସିହାରେ ଦିଲ୍ଲୀରେ ଅକ୍ଟୋବର ମାସରେ ହାରାହାରି ସର୍ବନିମ୍ନ ୧୬.୯ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ପରଠୁ ଦିଲ୍ଲୀର ଅକ୍ଟୋବର ମାସରେ କେବେ ବି ହାରାହାରି ସର୍ବନିମ୍ନ ତାପମାତ୍ରା ଏତେ କମ୍‌ ହୋଇ ନଥିଲା। ସାଧାରଣତଃ ଦିଲ୍ଲୀରେ ଅକ୍ଟୋବର ମାସରେ ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରି ସେଲ୍‌‌ସିୟସ ରେକର୍ଡ କରାଯାଇଥାଏ। ଚଳିତବର୍ଷ ଅକ୍ଟୋବର ମାସର ଗୁରୁବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି ସେଲ୍‌ସିୟସ୍‌କୁ ଖସି ଆସିଥିଲା।

ସମ୍ବନ୍ଧିତ ଖବର