ପୁଣି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ, ୧୨୭ରେ ପହଞ୍ଚିଲା ରାଜଧାନୀର ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ୫ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ରେ ପହଞ୍ଚିଛି | ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ଚିନ୍ତାମଣିଶ୍ୱର ଅଞ୍ଚଳର ବୁଧେଶ୍ୱର ମନ୍ଦିର ନିକଟରୁ ୩୧ବର୍ଷୀୟ ବ୍ୟକ୍ତି, ପଟିଆ ଅଞ୍ଚଳର ୪୧ ବର୍ଷୀୟ ବ୍ୟକ୍ତି, ଖଣ୍ଡଗିରିସ୍ଥିତ କୋଳଥିଆର ୨୬ବର୍ଷିୟ ମହିଳା ଏବଂ ନୟାପଲ୍ଲୀସ୍ଥିତ ବେହେରା ସାହିର ୩୭ବର୍ଷିୟ ମହିଳା। ପଞ୍ଚମ ଜଣକ ଏକ ଘରୋଇ ଡାକ୍ତରଖାନାର ୨୮ବର୍ଷିୟ ମହିଳା କର୍ମଚାରୀ ବୋଲି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍(ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଏହି ସବୁ ଅଞ୍ଚଳକୁ ଏବେ ସାନିଟାଇଜ କରାଯାଉଥିବା ବେଳେ ୫ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ଅନୁସନ୍ଧାନ ଜାରି ରହିଛି |

ଚିନ୍ତାମଣିଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଦିଲ୍ଲୀରୁ ଫେରିଥିବା ବେଳେ ପଟିଆରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସାଉଦି ଆରବ, ଖଣ୍ଡଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପଶ୍ଚିମବଙ୍ଗର ମେଦିନିପୁର ଏବଂ ନୟାପଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଅନ୍ୟ ଜିଲ୍ଲାରୁ ଗତ ଜୁନ ୮ତାରିଖରେ ଭୁବନେଶ୍ୱରକୁ ଆସିଥିଲେ | ଏହା ସହ ଘରୋଇ ଡାକ୍ତରଖାନାର କର୍ମଚାରୀ ଜୁନ ୧୧ରେ ଅନ୍ୟ ରାଜ୍ୟରୁ ଭୁବନେଶ୍ୱରକୁ ଆସିଥିଲେ ବୋଲି ସୂଚନା ଦେଇଛି ବିଏମସି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଭୁବନେଶ୍ୱରରେ ୭୧ଜଣ ସୁସ୍ଥ ହୋଇଥିବା ସହ ୩ଜଣ ମୃତ୍ୟୁବରଣ କରିଛନ୍ତି | ଏହା ସହ ୫୨ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର