ଦିଲ୍ଲୀ: କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀର ଅଶୋକ ବିହାରରେ ଆଜି ଏକ ୩ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୪ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୯ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି। ଆହୁରି ଅନେକ ଲୋକ ଏବେ ଭଗ୍ନ କୋଠା ତଳେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁଇଟି ଏନ୍‌ଡିଆରଏଫ୍‌ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କୋଠାଟି ୨୦ ବର୍ଷ ତଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର