ମାସେ ଭିତରେ ମିଳିବ ୫ଜି ସେବା: ମନ୍ତ୍ରୀ

ନୂଆଦିଲ୍ଲୀ : ମାସକ ଭିତରେ ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ କହିଛନ୍ତି। ଏକ ୬ଜି ପ୍ରଯୁକ୍ତି ନବସୃଜନ ଗ୍ରୁପ୍ ମଧ୍ୟ ସ୍ଥାପନ କରାଯାଇଛି ଯାହା ସ୍ବଦେଶୀ ୬ଜି ଷ୍ଟାକ୍ ପ୍ରସ୍ତୁତ କରିବା ଦିଗରେ କାମ କରିବ ବୋଲି ସେ କହିଛନ୍ତି। ଭାରତ ସ୍ବଦେଶୀ ଟେଲିକମ୍ ପ୍ରଯୁକ୍ତି ଜ୍ଞାନକୌଶଳର ପ୍ରସାର କରୁଥିବାରୁ ଦେଶ ଭିତରେ ଏକ ଦୃଢ଼ ସ୍ବଦେଶୀ ୫ଜି ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯାଇପାରିଛି ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ ଦେଶର ୧୦୦୦ଟି ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ରିଲାଏନ୍ସ ଜିଓ ଯୋଜନା ପ୍ରସ୍ତୁତ କରିସାରିଥିବା ଜଣାଇଛି। ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମ କଂପାନି ପ୍ରାୟ ୬୦ ପ୍ରତିଶତ ସ୍ପେକ୍ଟ୍ରମ୍ କିଣିଛି। ଏବିଷୟରେ କଂପାନି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ସୂଚନା ଦେଇଛି। ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷରେ କଂପାନି ରିଟେଲ୍‌ କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କା ନିବେଶ କରିଛି ଓ ଦୈନିକ ହାରାହାରି ଭାବେ ୭ ନୂଆ ‌‌ଷ୍ଟୋର ଖୋଲିଛି। ରିଲାଏନ୍ସ ରିଟେଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କା କଂପାନିରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର