ନୂଆଦିଲ୍ଲୀ : କେନ୍ଦ୍ରୀୟ ଫିଲିପାଇନ୍ସର ମାସବେଟ୍ ଅଞ୍ଚଳରେ ଆଜି ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏହି ଭୂକମ୍ପ କାରଣରୁ ସୁନାମୀ ଚେତାବନୀ ଦିଆଯାଇ ନାହିଁ ଏବଂ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ। ଆମେରିକା ଜିଓଲଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌) କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରଦେଶର ମୁଖ୍ୟ ଦ୍ୱୀପରେ ଥିବା ଉସନ୍ ମିଆଗା ଗ୍ରାମଠାରୁ ୧୧ କିଲୋମିଟର ଦୂରରେ ଥିଲା।