ଗୌହାଟି: ବୁଧବାର ସକାଳେ ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪। ଆସାମରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପର କମ୍ପନ ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିବା ଅନୁସାରେ, ରିକ୍ଟର୍ ସ୍କେଲ୍ରେ ୬.୪ ତୀବ୍ରତାସମ୍ପନ୍ନ ବୋଲି ଜଣାପଡ଼ିଥିବା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଆସମର ତେଜପୁର। ‘ସିସ୍ମୋଲୋଜି ସେଣ୍ଟର୍’ ସୂଚନାରୁ ଜଣାପଡ଼ିଛି ଯେ, ସକାଳ ୭.୫୫ରେ ଭୂମିକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ହେଉଛି ଆସାମ ଅନ୍ତର୍ଗତ ତେଜପୁର ଠାରୁ ୪୩ କିଲୋମିଟର ଦୂରବର୍ତ୍ତୀ ପଶ୍ଚିମାଞ୍ଚଳ।
Image Courtesy of NDTVବଡ଼ ଧରଣର ପ୍ରଥମ ଭୂକମ୍ପନ ସଂଘଠିତ ହେବା ପରେ ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରବର୍ତ୍ତୀ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା ସକାଳ ପ୍ରାୟ ୭.୫୫ ସମୟରେ। ଏହାର ଅଳ୍ପ କିଛି କ୍ଷଣ ପରେ ସଂଘଠିତ ହୋଇଥିଲା ଦ୍ୱିତୀୟ କମ୍ପନ। ରିକ୍ଟର୍ ସ୍କେଲ୍ରେ ଏହି ଦୁଇଟି କମ୍ପନର ତୀବ୍ରତା ଥିଲା ଯଥାକ୍ରମେ ୪.୩ ଏବଂ ୪.୪।
ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ ଟୁଇଟ୍ କରିଛନ୍ତି, ଆସମରେ ବଡ଼ଧରଣର ଭୂମିକମ୍ପ ସଂଘଠିତ ହୋଇଛି। ସମସ୍ତଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରୁଛି ଏବଂ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ସବୁ ଜିଲ୍ଲାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛି।
ଭୂମିକମ୍ପ ସଂଘଠିତ ହେବାର ଅଳ୍ପ କେଇ ମୁହୂର୍ତ୍ତ ପରେ ଏହାର ପ୍ରଭାବ ବିଷୟରେ ଅବଗତ କରାଇବାକୁ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭଙ୍ଗା ପାଚେରି ମଧ୍ୟରେ ଅବସ୍ଥିତ ଏକ ଘର ଭିତରର ଭାଙ୍ଗିପଡ଼ିଥିବା କାନ୍ଥର ଫଟୋ ସେୟାର୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/eq.jpg)