ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଉତ୍ତରଭାରତର କେତେକସ୍ଥାନରେ ଭୂକମ୍ପର  ଝଟକା ଅନୁଭୂତ ହୋଇଛି। ସନ୍ଧ୍ୟା ୫ଟା ୧୨ ମିନିଟ୍‌ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପଡ଼ୋଶୀ ଆଫଗାନିସ୍ଥାନରେ ବି ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ଆଫଗାନିସ୍ଥାନର କାବୁଲ ନିକଟରେ ବୋଲି ଚିହ୍ନଟ ହୋଇଛି। ୨୫ ସେକେଣ୍ଡ ପର୍ଯ୍ୟନ୍ତ  ଏହି ଭୂକମ୍ପର ଝଟକା ଉତ୍ତର ଭାରତରେ ଲୋକମାନେ ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଜଣାପଡ଼ିଛି।

ଦିଲ୍ଲୀ ସମେତ ଶ୍ରୀନଗର ଓ ଚଣ୍ଡିଗଡ଼ରେ ଭୂକମ୍ପର ଝଟକା ଲାଗିବା ପରେ ଲୋକମାନେ ଭୟଭୀତ ହୋଇ ଘରୁ, କାର୍ଯ୍ୟାଳୟ ଭିତରୁ ଦୌଡ଼ାଦୌଡ଼ି ହୋଇ ବାହାରି ଆସିଥିଲେ। ଏହାପରେ ଆଉ ଭୂକମ୍ପ ଝଟକା ଲାଗି ନ ଥିଲେ ବି ଲୋକମାନେ ମନରେ ଏବେ ବି ସେହି ମୁହୂର୍ତ୍ତର ଭୟ ରହି ଯାଇଛି। ତେବେ ସବୁଠାରୁ ଅଧିକ ଜୋରରେ ଭୂକମ୍ପ ଝଟକା କଶ୍ମୀରା ଲୋକମାନେ ଅନୁଭବ କରିଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ସୌଭାଗ୍ୟବଶତଃ ଏହି ଭୂକମ୍ପରେ ବିଶେଷ କ୍ଷୟକ୍ଷତି ଓ ଧନଜୀବନହାନୀ ହୋଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର