ବିଯୋନର: ଉତ୍ତରପ୍ରଦେଶର ବିଯୋନରରେ ଥିବା ଏକ ମଦ୍ରାସାରୁ ବିସ୍ଫୋରକ ଜବତ କରାଯାଇଛି | ଏସବୁ ସାମଗ୍ରୀ ଆତଙ୍କବାଦୀ ବ୍ୟବହାର କରୁଥିବାରୁ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି | ଏହି ଘଟଣାରେ ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି | ପୁଲିସ ପକ୍ଷରୁ କୁହାଯାଇଛି ଯେ କାନ୍ଧଲା ଅଞ୍ଚଳରେ ଥିବା ଏକ ମଦ୍ରାସାକୁ କିଛି ଅଜଣା ଯୁବକ ବାରମ୍ବାର ଯିବାଆସିବା କରୁଥିବାର ଖବର ପହଞ୍ଚିଥିଲା |
/sambad/media/post_attachments/wp-content/uploads/2019/07/D_LTFSlXUAAcCKZ-300x169.jpg)
ଏମାନେ ସ୍ଥାନୀୟ ଯୁବକ ହୋଇନଥିବାର ଜଣାପଡିବା ପରେ ପୁଲିସ ମଦ୍ରାସା ଉପରେ ଚଢ଼ାଉ କରିଥିଲା | ଯୁବକମାନଙ୍କ ପାଖରୁ ବନ୍ଧୁକ ସହ ଗୁଳି ଜବତ ହୋଇଛି | ଏହାପରେ ପୁଲିସ ଜାଫର ଇସ୍ଲାମ, ନୁର ଅଲ୍ଲୀ, ମହମ୍ମଦ ସବୀର, ଅଜିଜୁର ରହମାନ ଓ ଫାହିମ ନାମକ ୫ ଯୁବକଙ୍କ ସହ ଅନ୍ୟ ୬ ଜଣଙ୍କୁ ଗିରଫ କରିଛି | ବର୍ତ୍ତମାନ ପୁଲିସ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି |
ଏହି ଯୁବକମାନଙ୍କ ଘର ବିହାରରେ ବୋଲି ଜଣାପଡିଛି | ତେବେ ଯୁବକମାନେ ଏଠାକୁ ପାଠ ପଢ଼ାଇବାକୁ ଆସିଥିବାର କହିଥିଲେ | କିନ୍ତୁ ଏମାନଙ୍କ ପାଖରୁ ବନ୍ଧୁକ ଜବତ ହୋଇଥିବାରୁ ପୁଲିସର ସନ୍ଦେହ ବଢିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/D_IxA6_XoAEkcv3.jpg)