ମହିଳାଙ୍କୁ ହତ୍ୟା କରି କେନାଲ୍‌ରେ ଫିଙ୍ଗିଦେଲେ, ଗୋଟିଏ ପରିବାରର ୬ ଗିରଫ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ‌‌ରେ ଜଣେ ୨୫ ବର୍ଷୀୟା ମହିଳାଙ୍କୁ ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦିଆଯାଇଥିଲା। ଏହା ଏକ ଅନରକିଲିଂ ବୋଲି କୁହାଯାଉଛି। ମୃତ ମହିଳାଙ୍କ ନାମ ଶୀତଲ ଚୌଧୁରୀ। ସେ ନୂଆ ଅଶୋକ ନଗର ବାସିନ୍ଦା। ପୁଲିସ ସୂଚନାନୁଯାୟୀ ଶିତଲ ଗତ ୩ ବର୍ଷ ଧରି ତାଙ୍କ ପଡ଼ୋଶୀରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ‌ଗତବର୍ଷ ଅକ୍ଟୋବରରେ ସେ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ। ଯେତେବେଳେ ଶୀତଲଙ୍କ ପରିବାର ସଦସ୍ୟ ଏବିଷୟରେ ଜାଣିଲେ ସେ ତାଙ୍କୁ ଏହି ବିବାହରୁ ଓହରିବା ପାଇଁ କହିଥିଲେ। କିନ୍ତୁ ଶୀତଲ ରାଜି ହୋଇନଥିଲେ। ତେବେ ଗତ ଜାନୁଆରି ୩୦ ତାରିଖରେ ଶୀତଲର ବାପା ମା’ ଏବଂ ଅନ୍ୟ ସମ୍ପର୍କୀୟମାନେ ଶୀତଲକୁ ତଣ୍ଟି ଚିପି ମାରିଦେଇଥିଲେ ଏବଂ ତା’ ମର ଶରୀରକୁ କାର୍‌ରେ ନେଇ ଆଲିଗଡ଼‌ରେ ଏକ କେନାଲ୍‌ରେ ଫୋପାଡ଼ି ଦେଇଥିଲେ। ତେବେ ଶୀତଲଙ୍କ ସ୍ବାମୀ ତାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବାପରେ ସେ ନୂଆ ଅଶୋକ ନଗର ପୁଲିସରେ ଏକ ଅପହରଣ ମାମଲା ରୁଜୁ କରିଥିଲେ। ପୁଲିସ ଶୀତଲଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କହିଥିଲେ ଯେ, ଶୀତଲ ତାଙ୍କ ମାମୁଁଘରକୁ ଯାଇଛନ୍ତି। କିନ୍ତୁ ପୁଲିସ ଶୀତଲଙ୍କ ମାମୁଁଘରେ ପହଞ୍ଚିବାପରେ ଶୀତଲଙ୍କୁ ପାଇନଥିଲା। ପରେ ପୁଲିସ ଶୀତଲଙ୍କ ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ଜେରା କରିଥିଲା ଏବଂ ସେମାନେ ସେମାନଙ୍କ ଅପରାଧ ସ୍ବୀକାର କରିଥିଲେ। ଉକ୍ତ ମାମଲାରେ ଶୀତଲଙ୍କ ମା’ ସୁମନ, ବାପା ରବୀନ୍ଦ୍ର, ଏବଂ ପରିବାରର ଅନ୍ୟ ୪ ଜଣ ଗିରଫ ‌ହୋଇଛନ୍ତି। ଏନେଇ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର