ଚଳନ୍ତା ଗାଡ଼ିରେ ଚାଲିଥିଲା ସେକ୍ସ ରାକେଟ, ୬ ଜଣଙ୍କୁ ଗିରଫ କଲା ପୁଲିସ

ହଲଦୱାନି: ଚଳନ୍ତା ଗାଡ଼ିରେ ଚାଲିଥିଲା ସେକ୍ସ ରାକେଟ | ଆଉ ପୁଲିସ ଚଢ଼ାଉ କରି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି | ଉତ୍ତରାଖଣ୍ଡର ହଲଦୱାନିରେ ଏହି ଘଟଣା ଘଟିଥିବାବେଳେ ପୁଲିସ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଛି। ସେକ୍ସ ରାକେଟରେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଚାରିଜଣ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାବେଳେ ଦୁଇଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି | ପୁଲିସର ସୂଚନାନୁସାରେ, ଉଦମ ସିଂ ନଗରର ରୁଦ୍ରପୁରରେ ଏକ ଭଡା ଘରେ ସେକ୍ସ ରାକେଟ ଚାଲୁଥିଲା | ବଡ କଥା ଯେ କେବଳ ଭଡା ଘରେ ନୁହେଁ ବରଂ ଚଳନ୍ତା ଗାଡିରେ ମଧ୍ୟ ସେକ୍ସ ରାକେଟ ଚାଲୁଥିଲା |

ପଚରାଉଚରା ବେଳେ ଅଭିଯୁକ୍ତ ପୁଲିସକୁ କହିଥିଲେ ଯେ ସେମାନେ ସପ୍ତାହରେ ଦୁଇ ତିନି ଦିନ ପାଇଁ କାରରେ ହଲଦୱାନିକୁ ଆସୁଥିଲେ। ଗ୍ରାହକଙ୍କୁ ଫୋନ କରିବା ମାତ୍ରେ ସେ ଆସି ପହଁଚିଯାଉଥିଲେ ଓ ତାଙ୍କୁ ଯୁବତୀ ଯୋଗାଇ ଦିଆଯାଉଥିଲା |ପୁଲିସର ସୂଚନାନୁସାରେ, ଟିପି ନଗର ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଗାଡିରେ ପୁଅ ଓ ଝିଅ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା |

ପୁଲିସ ଏ ସମ୍ପର୍କରେ ଆଣ୍ଟି ହ୍ୟୁମାନ୍ ଟ୍ରାଫିକ୍ ସେଲକୁ ଖବର ଦେଇଥିଲା | ଏହା ପରେ ଆଣ୍ଟି ହ୍ୟୁମାନ୍ ଟ୍ରାଫିକ୍ ସେଲ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଏକ ଇନୋଭା କାରରେ ସେକ୍ସ ରାକେଟ ଚାଲୁଥିବାବେଳେ ପୁଲିସ ଚଢ଼ାଉ କରି ଚାରି ଜଣ ଦେହଜୀବୀ ଓ ୨ ଜଣ ଯୁବକଙ୍କୁ ଗିରଫ କରିଛି | ପୁଲିସ ସେମାନଙ୍କଠାରୁ ୧୧ ଟି ମୋବାଇଲ୍ ଫୋନ୍ ଏବଂ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର