ନୂଆଦିଲ୍ଲୀ : ଭାରତରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ଆରପିଏଫ୍ ଆଜି ୬ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଉତ୍ତର ପଶ୍ଚିମବଙ୍ଗର ଆଲିପୁରଦୁଆରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଟ୍ରେନ୍ରୁ ଏହି ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ତ୍ରିପୁରାର ଅଗରତାଲାରୁ କୋଲକାତାର ସିଅଲଦା ଷ୍ଟେସନ୍ ଯାଉଥିବା ବେଳେ ବାଟରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନକଲି ଭାରତୀୟ ଆଧାର କାର୍ଡ , ମୋବାଇଲ ଫୋନ୍ ଏବଂ ଅଗରତାଲା ଓ ସିଅଲଦା ଟ୍ରେନ୍ର ୨ଟି ଇ ଟିକେଟ୍ ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp