ମେଣ୍ଢାଶାଳ: ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ତଳସାହିରେ ବିଜୁଳି ଘଡ଼ଘଡ଼ି ମାରି ପ୍ରଶାନ୍ତ କୁମାର ବଡ଼ଜେନାଙ୍କ ୬ଟି ବାଇକ୍‌ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଘଡ଼ଘଡ଼ିରେ ତାଙ୍କ ଘରର ଛାତ, ବିମ୍‌ ଓ ଖୁଣ୍ଟ ମଧ୍ୟ ଫାଟି ଯାଇଥିବା ଜଣାଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଲୋକ ଚେଷ୍ଟା କରି ବି ଆୟତ୍ତ କରିପାରିନଥିଲେ।

Advertisment

ଫଳରେ ପୋଟିକରେ ଝିଅ ବାହାଘର ପାଇଁ ଥୁଆ ହୋଇଥିବା କାଠ ନିର୍ମିତ ଆସବାବପତ୍ର ବି ପୋଡ଼ି ଯାଇଥିଲା। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳ‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଅନ୍ଧାରୁଆ ସରପଞ୍ଚ ସ୍ବର୍ଣ୍ଣଲତା ବଳିୟାରସିଂହ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।