୬ଟି ବହି ପଢ଼ିବାକୁ ଓବାମାଙ୍କ ପରାମର୍ଶ

ନୂଆଦିଲ୍ଲୀ : ଆଫ୍ରିକୀୟ ଲେଖକଙ୍କ ଦ୍ୱାରା ଲିଖିତ ୫ଟି ବହି ସମେତ ୬ଟି ପୁସ୍ତକ ପଢ଼ିବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ପାଠକମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଫେସ୍‌ବୁକ୍‌ ପେଜ୍‌ରେ ଓବାମା ଲେଖିଛନ୍ତି ଯେ ୨୦୧୬ରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡ଼ିବା ପରଠାରୁ ପ୍ରଥମ ଥର ପାଇଁ ସେ ଚଳିତ ସପ୍ତାହରେ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଆଫି୍ରକାର ଅନନ୍ୟ ସାହିତ୍ୟିକ ପରମ୍ପରା ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ତେଣୁ ଆଫ୍ରିକାର ସଂସ୍କୃତି, ବିବିଧତା ସମ୍ପର୍କରେ ଅଧିକ ଜ୍ଞାନ ହାସଲ ପାଇଁ ଏହି ଗସ୍ତର ଉଦ୍ଦେଶ୍ୟ। ଆମେରିକାର ରାଷ୍ଟ୍ରପତି ଥିଲା ବେଳେ ଅନେକ ଥର ଆଫ୍ରିକା ଗସ୍ତ କରି ନିଜକୁ ଧନ୍ୟ ମନେ କରିଛି। ତେଣୁ ପୁଣି ଥରେ ଏହି ମହାଦେଶ ଗସ୍ତକୁ ନେଇ ମୁଁ ବେଶ୍‌ ଉତ୍ସାହିତ। ଏହାପରେ ମୁଁ କେନିୟା ଓ ଦକ୍ଷିଣ ଆଫ୍ରିକା ଫେରିଆସିବି। ଦକ୍ଷିଣ ଆଫି୍ରିକାରେ ଅନୁଷ୍ଠିତ ହେବାକୁ ଥିବା ନେଲ୍‌ସନ ମଣ୍ଡେଲାଙ୍କ ୧୦୦ତମ ଜନ୍ମବାର୍ଷିକୀରେ ଉଦ୍‌ବୋଧନ ଦେବି। ଉଲ୍ଲେଖଯୋଗ୍ୟ, ଓବାମା ଯେଉଁ ୬ଟି ପୁସ୍ତକ କଥା କହିଛନ୍ତି, ତନ୍ମଧ୍ୟରେ ଥିଙ୍ଗ୍‌ସ ଫଲ୍‌ ଆପାର୍ଟ, ଏ ଗ୍ରେନ୍‌ ଅଫ୍‌ ହ୍ଵିଟ୍‌, ଲଙ୍ଗ୍‌ ଓ୍ଵାକ୍‌ ଟୁ ଫ୍ରିଡମ୍‌, ଆମେରିକାନା, ଦ ରିଟର୍ଣ୍ଣ ଏବଂ ଦ ଓ୍ଵାର୍ଲଡ୍‌ ଆଜ୍‌ ଇଟ୍‌ ଇଜ୍‌ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର