ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତରାତ୍ରିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ସଡ଼କ ଦୁର୍ଘଟଣା ଯୋଗୁଁ ଛଅଜଣ ଶିଶୁଙ୍କ ସମେତ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେମାନେ ଯାତ୍ରା କରୁଥିବା ‘ଏସ୍ୟୁଭି’ଟି ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିବା ପ୍ରକାଶ। ‘ଏସ୍ୟୁଭି’ରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି।
ଏକ ବିବାହ ଉତ୍ସବରେ ଯୋଗ ଦେଇ ସେମାନେ ନିଜ ଗ୍ରାମ ଗୋଣ୍ଡାକୁ ଫେରୁଥିଲେ। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ବୋଲି ପୁଲିସ କହିଛି।
Image Courtesy of Hindustan Timesପ୍ରୟାଗରାଜ-ଲକ୍ଷ୍ନୌ ରାଜପଥର ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ମାଣିକପୁର ଥାନା ଅଧୀନରେ ଆସୁଛି। ରାତି ପ୍ରାୟ ୧୧. ୪୫ ମିନିଟ୍ରେ ଦେଶରାଜ ଇନ୍ରା ଗାଁ ନିକଟରେ ମହିନ୍ଦ୍ରା ଏସୟୁଭିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ନଷ୍ଟ ହୋଇଯାଇଥିବା ଗାଡ଼ିଟିକୁ ଟ୍ରକ୍ ପଛପଟୁ ବାହାର କରାଯାଇଥିବା ଫଟୋରୁ ଜଣାପଡୁଛି। ପ୍ରତାପଗଡ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ଶିଶୁମାନଙ୍କ ବୟସ ହେଉଛନ୍ତି ୭ ରୁ ୧୫ ବର୍ଷ ମଧ୍ୟରେ ହେବ।
ଏହି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/pratapgarh-accident.jpg)