ଇଣ୍ଡୋନେସିଆର ୩ଟି ଗୀର୍ଜାରେ ଆତ୍ମଘାତୀ ବୋମା ଆକ୍ରମଣ ୬ ମୃତ; ୧୩ ଆହତ

ଜାକର୍ତା: ରବିବାର ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍‌ ସହର ସୁରବାୟା ଠାରେ ୩ଟି ଗୀର୍ଜାରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୬ ଜଣ ଲୋକ ନିହତ ହେବା ସହ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି।

ପୂର୍ବ ଜାଭା ପୁଲିସ ମୁଖପାତ୍ରା ଫ୍ରାନ୍‌ସ୍‌ ବାରୁଙ୍ଗ୍‌ ମଙ୍ଗେରା କହିଛି: ତିନୋଟି ଗୀର୍ଜାରେ ତିନୋଟି ଆକ୍ରମଣ ସଂଗଠିତ ହୋଇଛି। ସକାଳ ସାଢ଼େ ସାତଟା ବେଳେ ପ୍ରଥମ ବିସ୍ଫୋରଣ ସହ ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଏହି ମାରାତ୍ମକ ବିସ୍ଫୋରଣ ଘଟିଛି।

କେବଳ ସାନ୍ତା ମେରିଆ କ୍ୟାଥୋଲିକ୍‌ ଗୀର୍ଜାରେ ହୋଇ ଥିବା ଆକ୍ରମଣ ଉପରେ ପୁଲିସ ସବିଶେଷ ତଥ୍ୟ ଦେଇଛି। ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି।

ମଙ୍ଗାରେ କହିଛନ୍ତି: ଘଟଣାସ୍ଥଳରେ ଜଣେ ଏବଂ ଡାକ୍ତରଖାନାରେ ଆଉ ଜଣେ ନିହତ ହୋଇଛନ୍ତି ବୋଲି ଆମେ ନିଶ୍ଚିତ। ବାକି ଦୁଇ ଜଣ ପୁଲିସବାଲା ଏବଂ କେତେକ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ସମୁଦାୟ ୧୩ ଜଣ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର