ମଧ୍ୟପ୍ରଦେଶ : ଟ୍ରକ ଚକା ଫାଟି ଲୋକଙ୍କ ଉପରେ ଚଢିଗଲା, ୬ ମୃତ, ୧୦ ଆହତ

ଭୋପାଳ : ମଧ୍ୟପ୍ରଦେଶର ରତଲାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଅବହେଳା ଡ୍ରାଇଭିଂ ଅପରାଧ ପଞ୍ଜିକରଣ କରିଛି ।

ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ଟ୍ରକଟି ଦ୍ରୁତ ଗତିରେ ଯାଉଥିବାବେଳେ ତାହାର ଚକା ଫାଟିଯିବାରୁ ଟ୍ରକଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଓ ଲୋକମାନଙ୍କୁ ମାଡ଼ିଯାଇଥିଲା ।

ତେବେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରକଟି ଦ୍ରୁତଗତିରେ ଯାଉଥିବାବେଳେ ତାହାର ଟାୟାର ଫାଟିଯାଇଥିଲା । ଫଳରେ ଏହା ବାହାରି ଦ୍ରୁତ ଗତିରେ ଏଣେତେଣେ ମାଡ଼ିଯାଇଥିଲା । ଏହା ଜନଗହଳି ଥିବା ସ୍ଥାନରେ ମାଡ଼ିଯିବାରୁ ଏତେ ସଂଖ୍ୟକ ମୃତାହତ ହୋଇଛନ୍ତି । ଆହତମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ରତଲାମ କଲେକ୍ଟର ନରେନ୍ଦ୍ର ସୂର୍ଯ୍ୟବଂଶୀ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏସପି ଅଭିଷେକ ତିୱାରୀ କହିଛନ୍ତି ଯେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

 

ସମ୍ବନ୍ଧିତ ଖବର