ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ।
ପିମ୍ପରୀ-ଚିଞ୍ଚୱାଡ ମ୍ୟୁନିସିପାଲିଟି କମିଶନର ଶେଖର ସିଂହ କହିଛନ୍ତି ଯେ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।
ସିଂହ କହିଛନ୍ତି ଯେ, ଅପରାହ୍ଣ ୨ଟା ୪୫ ମିନିଟ୍ ସମୟରେ ଏହି କାରଖାନାରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା । ଏହା ପରେ ଅଗ୍ନିଶମ ଗାଡ଼ିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁଣେ ଓ ପିମ୍ପରି-ଛିନ୍ଦଓ୍ବାରା ସହରର ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି ।
କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନଥିଲେ ବି ଇଲେକ୍ଟ୍ରିକ ସର୍ଟସର୍କିଟ ଓ କାରଖାନାରେ ରଖାଯାଇଥିବା ବିସ୍ଫୋରକ ଯୋଗୁଁ ନିଆଁ ଲାଗିଥିବା ସଂଦେହ କରାଯାଉଛି । କାରଣ ଏହି କାରଖାନାରେ ଜନ୍ମଦିନ କେକରେ ଲାଗୁଥିବା ସ୍ପାର୍କଲିଂ କ୍ୟାଣ୍ଡଲ ତିଆରି କରାଯାଉଥିଲା । ଏଣୁ ସେଥିରେ ଲାଗୁଥିବା ସାମଗ୍ରୀ ଦହନଶୀଳ ହୋଇଥିବାରୁ ନିଆଁ ଲାଗିଥିବା କୁହାଯାଉଛି ।