ଭୋପାଳ : ମଧ୍ୟପ୍ରଦେଶର ମହୁ ସହର ଅଧୀନସ୍ଥ ପତଲପାଣୀ ଅଞ୍ଚଳରେ ଗତକାଲି ଏକ ଅଭାବନୀୟ ଘଟଣାକ୍ରମରେ ଲିଫ୍ଟ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଇନ୍ଦୋରଠାରୁ ୨୫ କିମି ଦୂର ମହୁ ସହରରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ସୂଚନାନୁଯାୟୀ ପୁନିତ ଅଗ୍ରୱାଲ୍ ନାମକ ଜଣେ ବ୍ୟବସାୟୀଙ୍କ ଫାର୍ମହାଉସ୍ରେ ଗତକାଲି ସନ୍ଧ୍ୟାରେ ଏକ ପାର୍ଟି ଆୟୋଜନ କରାଯାଇଥିଲା। ପୁନିତ ଏବଂ ତାଙ୍କର ଅନ୍ୟ ପରିବାର ସଦସ୍ୟମାନେ ସେଠାରେ ଉପସ୍ଥିତ ଥିଲେ। ପୁନିତ ଏଲିଭେଟରରେ ତଳକୁ ଆସୁଥିମା ସମୟରେ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି।
ମଧ୍ୟପ୍ରଦେଶରେ ଲିଫ୍ଟ ଭୁଶୁଡ଼ି ୬ ମୃତ
/sambad/media/post_attachments/wp-content/uploads/2019/12/811167-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)