ସପ୍ତାହକ ଭିତରେ ଗୟାରେ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହୋଇ ୬ଜଣ ଶିଶୁଙ୍କ ମୃତ୍ୟୁ!

ଗୟା: ବିହାରରେ ଗତ ସପ୍ତାହକ ଭିତରେ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହୋଇ ବର୍ତ୍ତମାନ ସୁଦ୍ଧା ୬ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।
ବିହାରରେ ଜୁଲାଇ୨ ତାରିଖରେ ଗୟାରେ ଅନୁଗ୍ରହ ନାରାୟଣ ମଗଧ ମେଡ଼ିକାଲ କଲେଜରେ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ଥିବା ୨୨ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଛଅଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।

ଏହି ମସ୍ତିଷ୍କ ଜ୍ୱର ଏକ୍ୟୁଟ ଇନସେଫେଲାଇଟିସ ସିଣ୍ଡ୍ରୋମ ଦ୍ୱାରା ହୋଇଥିବ ବୋଲି ଅନୁମାନ କରାଯାଉଛି ବୋଲି ନାରାୟଣ ମଗଧ ମେଡ଼ିକାଲ କଲେଜର ଅଧିକ୍ଷକ ଡା. ବି.କେ ପ୍ରସାଦ କହିଛନ୍ତି । ତେବେ ଏହାର ସତ୍ୟତା ନେଇ ସଠିକ୍ ତଥ୍ୟ ଏଯାଏଁ ଜଣାପଡ଼ିନି ବୋଲି ସେସ୍ବୀକାର କରିଛନ୍ତି। କିନ୍ତୁ ଏହାର ଚିକିତ୍ସା କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

 

photo-GetMyUni

ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୪୦ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୧୯ଜଣଙ୍କ ମୃତ୍ୟୁ ଶ୍ରୀକୃଷ୍ଣା ମେଡ଼ିକାଲ କଲେଜରେ ହୋଇଥିଲା । ନିକଟରେ ଏହି ଶିଶୁମୃତ୍ୟୁର କାରଣ ଲିଚୁ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଏହା କୁପୋଷଣଜନିତ ବୋଲି କୁହାଯାଇଥିଲା । ବିହାର ସରକାର ଓ କେନ୍ଦ୍ର ସରକାର ଏହି ଶିଶୁମୃତ୍ୟୁର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି ।

ସମ୍ବନ୍ଧିତ ଖବର