ପରିବାରକୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ, ୬ ଗୁରୁତର

ମିରଟ୍‌ : ଉତ୍ତର ପ୍ରଦେଶର ମିରଟ୍ ସହରର ଏକ ପରିବାରର ୬ ଜଣଙ୍କୁ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି। ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିରଟର ଜାହିଦପୁର ଗ୍ରାମରେ ୪୦ ବର୍ଷୀୟା ମହିଳା ରହମିନ୍‌ଙ୍କ ସମେତ ନିଜର ୫ ଜଣ ଶିଶୁ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ୍‌ ଢାଳି ଘରେ ନିଆଁ ଲଗେଇ ଦେଇଥି‌ଲେ। ଦୁର୍ବୃତ୍ତମାନେ କାହିଁକି ଘରେ ନିଆଁ ଲଗେଇଛନ୍ତି ତାହାର କାରଣ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ୮ ବର୍ଷ ତଳେ ରହମିନ୍‌ଙ୍କୁ ତାଙ୍କ ସ୍ବାମୀ ପରିତ୍ୟାଗ କରି କେଉଁଆଡେ ଚାଲି ଯାଇଥିଲେ। ରହମିନ୍‌ ମଜୁରୀ ଲାଗି ନିଜ ପରିବାର ଚଳାଉଥିଲେ।

ସମ୍ବନ୍ଧିତ ଖବର