ପୋଖରୀକୁ ଡେଇଁ ୬ ଜଣ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା

ୟାଦଗୀର: ପୋଖରୀକୁ ଡେଇଁ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି | କର୍ଣ୍ଣାଟକର ୟାଦଗୀର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ପୁଲିସର ସୂଚନାନୁସାରେ, ଭୀମାରାୟା ସୁରପୁରା, ତାଙ୍କ ପତ୍ନୀ ଶାନ୍ତମା, ପୁଅ ଶିବରାଜ, ଝିଅ ସୁମିତ୍ରା, ଶ୍ରୀଦେବୀ ଏବଂ ଲକ୍ଷ୍ମୀଙ୍କର ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି |

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେମାନେ ପୋଖରୀକୁ ଡେଇଁଥିଲେ | ତେବେ ସେମାନଙ୍କ ମୃତଦେହ ପାଣି ଉପରେ ଭାସୁଥିବାର ଦେଖାଯିବା ପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ | ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ପରିବାରର ମୁଖ୍ୟ ଭୀମାରାୟା ସୁରପୁରା କିଛି ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କାର ଋଣ ନେଇଥିଲେ |

ତେବେ ଋଣ ଟଙ୍କାକୁ ନେଇ ସେ ମାନସିକ ଚାପରେ ଥିଲେ | ଆଉ ଋଣ ପରିଶୋଧ କରିବାରେ ଅସମର୍ଥ ଥିବାରୁ ପରିବାର ଏହି ପଦକ୍ଷେପ ନେଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ମୃତଦେହ ଜବତ କରିଛି ଓ ଆତ୍ମହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର