ଲଖିମ୍‌ପୁର ଖେରିରେ ଦଳିତ ଭଉଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ଜଣ ଗିରଫ

ଲଖିମ୍‌ପୁର ଖେରି: ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଦୁଇ ଦଳିତ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ଓ ସେମାନଙ୍କୁ ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି।

ପୁଲିସ କହିବା ଅନୁସାରେ, ୪ ଜଣ ସହଯୋଗୀଙ୍କ ସହାୟତାରେ ଦୁଷ୍କର୍ମ ଓ ହତ୍ୟା କାଣ୍ଡ କରିଥିବା ୨ଜଣ ଅଭିଯୁକ୍ତଙ୍କୁ ବିବାହ କରିବା ଲାଗି ୨ ଭଉଣୀଙ୍କୁ ବାଧ୍ୟ କରାଯାଉଥିଲା।

ଗଣମାଧ୍ୟମକୁ ଲଖିମ୍‌ପୁର ଖେରିର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସଞ୍ଜୀବ ସୁମନ କହିଛନ୍ତି, ସମସ୍ତ ଅଭିଯୁକ୍ତ ଓ ପୀଡ଼ିତା ଲାଲ୍‌ ପୁର୍‌ୱା ଗ୍ରାମର। ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଲିପ୍ତ ଥିବା ବ‌େଳେ  ଆଉ ୨ଜଣ ସେମାନଙ୍କୁ ସାହାଯ୍ୟ କରିଥିଲେ।

Image Courtesy of NDTV

ଅଭିଯୁକ୍ତମାନେ ହେଲେ, ଚେତରାମ୍‌ ଗ‌ୌତମ, ଜୁନୈଦ୍‌, ସୁହୈଲ୍‌, କରୀମୁଦ୍ଦିନ୍‌, ଆରିଫ୍‌ ଏବଂ ହଫୀଜ୍‌-ଉର୍‌-ରେହ୍‌ମନ୍‌। ପୁଲିସ ସହିତ ଗୁଳି ବିନିମୟ କରି ଗିରଫ ହୋଇଥିବା ଜୁନୈଦ୍‌ ଦେହରେ ଗୁଳି ଚୋଟ ଲାଗିଛି।

୧୫ ଓ ୧୭ ବର୍ଷୀୟ ଦୁଇ ଭଉଣୀଙ୍କୁ ଆଖୁ କ୍ଷେତକୁ ନିଆଯିବା ପରେ ସୁହୈଲ୍‌ ଓ ଜୁନୈଦ୍‌ ସେମାନଙ୍କ ସହିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଝିଅ ଦୁହେଁ ବିବାହ କରିବାକୁ କହିବାରୁ ସେମାନେ ଦୁପଟାରେ ଦୁଇଜଣଙ୍କ ବେକ ବାନ୍ଧି ଅଣନିଃଶ୍ବାସୀ କରି ହତ୍ୟା କରିଥିଲେ। ଏହାପରେ କରିମୁଦ୍ଦୀନ ଓ ଆରିଫ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣା ଲୁଚାଇବା‌‌ରେ ସେମାନଙ୍କୁ ସାହାଯ୍ୟ କରିଥିଲେ। ସେମାନେ ଆତ୍ମହତ୍ୟା କରିଥିବା ପରି ଜଣାପଡ଼ିଲା ଭଳି ଦୁଇ ଭଉଣୀଙ୍କୁ ସେମାନେ ଗଛ ଡାଳରେ ଫାଶୀ ଲଗାଇବା ପରି ଝୁଲାଇ ଦେଇଥିଲେ।

Image Courtesy of India Today

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ୩ଜଣିଆ ଡାକ୍ତରୀ ଦଳ ପୀଡ଼ିତାମାନଙ୍କର ଶବ ବ୍ୟବଚ୍ଛେଦ କରିବେ। ଶବ ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ।

ସମ୍ବନ୍ଧିତ ଖବର